Home ଓଡ଼ିଶା ଅରିଲୋରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ସହିତ କର୍ମୀ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ଜିଲ୍ଲା ନିଆଳୀ ନିର୍ବାଚନ ମଣ୍ଡଳୀର ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତର ଅରିଲୋ ଗ୍ରାମର ଜନାର୍ଦ୍ଦନ ଦେବଙ୍କ ପୀଠରେ ରବିବାର ଦିନ କର୍ମୀ ସମ୍ମିଳନୀ ସାଙ୍ଗକୁ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବିଜେପି ସରକାର କ୍ଷମତାକୁ ଆସିବାର ସାତମାସ ହୋଇଥିଲା ବେଳେ ନୂତନ ନବ ନିର୍ବାଚିତ ବିଧାୟକ ଛବି ମଲ୍ଲିକଙ୍କର ନଗରୀ ପଞ୍ଚାୟତର ଅରିଲୋ ଗ୍ରାମର ଜନାର୍ଦ୍ଦନ ଦେବଙ୍କ ପୀଠରେ ଆୟୋଜିତ ପ୍ରଥମ କର୍ମୀ ସମ୍ମିଳନୀ ଏବଂ ବିକଶିତ ଓଡିଶା ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ଗବବସ୍ତ ମଣ୍ଡଳ ସଭାପତି ତଥା ନିଆଳୀ ବିଧାୟକଙ୍କ ପ୍ରତିନିଧି ଧିରେନ୍ଦ୍ର ବାରିକ ( ଟୁକୁନା ଭାଇ ) ସଭାପତିତ୍ୱ କରିଥିଲେ । ନଗରୀ ପଞ୍ଚାୟତର ବିଜେପି ସଭାପତି ପ୍ରଶାନ୍ତ ଦାଶ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏଥିରେ ନିଆଳୀ ବିଧାୟକ ଛବି ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଗାଁର ରାସ୍ତାଘାଟ, ପାନୀୟ ଜଳ, ଆଲୋକ,ସହିତ ଗରିବ ଲୋକ ମାନଙ୍କର ଉନ୍ନତି ଯେଭଳି ହୋଇ ପାରିବ ସେନେଇ ମୋହନ ସରକାର ଗାଁର ବିକାଶ ବିକଶିତ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଗାଁର ବିକାଶ ହେଲେ ରାଜ୍ୟ ବିକାଶ ହୋଇପାରିବ । ସେଥିପାଇଁ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ହିସାବରେ ପାଞ୍ଚବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯାଇ ସାରିଛି। ସେହିଭଳି ଗରିବ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକାଘର ପାଇଁ ଅର୍ଥ ପ୍ରଦାନ କରାଯାଉଛି । ଯେଉଁ ମାନେ ଏହି ଯୋଜନାରୁ ବାଦ ପଡ଼ିଥିଲେ ସେମାନଙ୍କୁ ଚିହ୍ନଟ କରିବା ପାଇଁ ଏବେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିସହିତ ଗ୍ରାମ ସଭା ମାଧ୍ୟମରେ ବିଭିନ୍ନ ଗ୍ରାମର ରାସ୍ତାଘାଟ, ପୋଖରୀ, ଆଲୋକିକରଣ ,ଖେଳପଡିଆ , ସ୍କୁଲଗୃହ, ମନ୍ଦିରର ଉନ୍ନତି କରଣ ଦିଗରେ ଗ୍ରାମବାସୀଙ୍କ ଦ୍ୱାରା ଦିଆଯାଉଥିବା ପ୍ରସ୍ତାବକୁ ସରକାର କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଥିଲେ । ଏହି ବୈଠକରେ ବହୁ ମହିଳା , ଯୁବକ ଏବଂ ବୟସ୍କ ବ୍ୟକ୍ତି ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ । ସେମାନଙ୍କୁ ନିଆଳୀ ବିଧାୟକ ଛବି ମଲ୍ଲିକ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ବିଜେପିରେ ସାମିଲ ହୋଇଥିବାରୁ ସ୍ୱାଗତ କରିବା ସହିତ ବିଜେପିକୁ ଅଧିକରୁ ଅଧିକ ସୁଦୃଢ କରିବା ପାଇଁ କାର୍ଯ୍ୟ କରିବାକୁ କହିଥିଲେ । ଏହି ବୈଠକରେ ଜଗତସିଂହପୁର ସାଂସଦଙ୍କ ବାରଙ୍ଗ ବ୍ଲକ ପ୍ରତିନିଧି ଦିଲିପ କୁମାର ପାତ୍ର, ଗବବସ୍ତ ମଣ୍ଡଳ ବିଜେପି ସଭାପତି ଅଶ୍ୱିନୀ କାଣ୍ଡି ,ବାରଙ୍ଗ ବ୍ଲକ ପୂର୍ବତନ ଭାଇସ ଚେୟାରମ୍ୟାନ ଗୋବିନ୍ଦ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ବିଦ୍ୟାଧର ଓଝା ଧନ୍ୟବାଦ ଦେଇଥିଲେ । ବ୍ରହ୍ମାନନ୍ଦ ସାହୁ ( ବାବୁ ) ବାବାଜୀ ପଣ୍ଡା, ପ୍ରଫୁଲ୍ଲ ବେହେରା, ଆଲୋକ ଗଜେନ୍ଦ୍ର, ପ୍ରଦିପ ସୁନ୍ଦରାୟଙ୍କ ସମେତ ଅରିଲୋ ଗ୍ରାମର ବହୁ ବିଜେପି କର୍ମ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ । Categories: ଓଡ଼ିଶା, କଟକ, ରାଜନୀତି, ହୋମ୍ Related Content ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026 "ବିକଶିତ ଭାରତ @୨୦୪୭" ସାମୂହିକ ସଂକଳ୍ପ ଓ "ସେବା ଜ୍ୟୋତି" ପଦଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana October 8, 2026 ଶ୍ରୀକୁଟି ଧାମର ଗୁରୁ ଶ୍ରୀ ଅନାଦି ବାବା ମାନବ ସମାଜର କଲ୍ୟାଣ ପାଇଁ ଅନେକ ଆଧ୍ୟାତ୍ମିକ କାର୍ଯ୍ୟମାନ କରୁଛନ୍ତି by Proprietor Abhimanyu Maharana October 8, 2026