୦୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ଓଡିଶା ଓ ଜାପାନୀ କଳାକାରଙ୍କ ସାଂସ୍କୃତିକ ବିଚିତ୍ରା ଓ ବିବିଧତାରେ ମନ୍ତ୍ର ମୁଗ୍ଧ ହୋଇଉଠିଥିଲେ ଦର୍ଶକ । ସମଗ୍ର ତାଳବଣିଆ ରେ ଗୁଞ୍ଜୁରି ଉଠିଥିଲା ତୁହାକୁ ତୁହା କରତାଳି । ଆଜି ସଂଧ୍ୟାରେ ତାଳବଣିଆ ପାର୍କିଂ ସ୍ଥଳ ଠାରେ ଓଡିଶା ଜାପାନ ସାଂସ୍କୃତିକ କଳାକାର ମାନଙ୍କ ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ଓଡ଼ିଆ-ଜାପାନ ମହୋତ୍ସବ । ଏଥିରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,

