ବୀଣାପାଣି ଶିଶୁ ବିଦ୍ୟା ନିକେତନର ପିତୃମାତୃ ପୂଜନ ଓ ବାର୍ଷିକ ଉତ୍ସବ ପାଳନ

୦୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :- ଭୁବନେଶ୍ୱର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ କୁରଞ୍ଜିପୁର ଗ୍ରାମ ପଞ୍ଚାୟତର ସୋଧୁଅ ସ୍ଥିତ , ବୀଣାପାଣି ଶିଶୁ ବିଦ୍ୟା ନିକେତନର ପିତୃମାତୃ ପୂଜନ ଦିବସ ଓ ୬ଷ୍ଠ ତମ ବାର୍ଷିକ ପୁରସ୍କାର ବିତରଣି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜୟ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ସମାଜସେବୀ ମାଗୁଣି ଚରଣ ସେଠୀ,ମୁଖ୍ୟବକ୍ତା ଭାବେ କୃପା ନେତ୍ରର ସମ୍ପାଦକ ରବୀନ୍ଦ୍ର କୁମାର ପାତ୍ର ଏବଂ ସମ୍ମାନିତ ଭାବେ ପୂର୍ବତନ ଶିକ୍ଷୟତ୍ରୀ ମନୋସ୍ମିନି ରାୟ, ଭାଗିରଥି ସାହୁ, ଅନୁଷ୍ଠାନର ଅଧକ୍ଷା ଛନ୍ଦାରାଣୀ ମହାନ୍ତି,

ପ୍ରମୁଖ ଯୋଗ ଦେଇ ପିତୃମାତୃ ପୁଜନର ମହାନତା ଉପରେ ମତବ୍ୟକ୍ତ କରି କହିଥିଲେ ଯେ ପିଲାମାନଙ୍କୁ ଭଲ ମଣିଷ କରିବାକୁ ହେଲେ ପ୍ରଥମେ ପିତାମାତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ, ପିତାମାତା ମାନେ ନିଜ ନିଜ ପିଲାମାନଙ୍କୁ ଭାଗବତ, ଗୀତା ଏବଂ ରାମାୟଣର ଭକ୍ତିଭାବ କଥା ଶୁଣାଇବା ଉଚିତ୍ ବୋଲି କହିବା ସହ,ଏହି ଶିକ୍ଷା ଅନୁଷ୍ଠାନ ଆଜି ପିଲାମାନଙ୍କର ଯେଉଁ ଭବିଷ୍ୟତ ଗଢ଼ୁଛନ୍ତି ତାହା ଅତି ପ୍ରଶଂସନୀୟ ଅଟେ ବୋଲି ମୁଖ୍ୟ ଅତିଥି ଶ୍ରୀ ସେଠୀ ସମେତ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ମାତ୍ରୁପିତୃ ଉତ୍ସବ ଅବସରରେ ପିଲାମାନଙ୍କ ଦ୍ଵାରା ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା ।

ବୀଣାପାଣି ଶିଶୁ ବିଦ୍ୟା ନିକେତନର ସମ୍ପାଦକ ବିଭୂତି ଭୂଷଣ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲାବେଳେ ଅନୁଷ୍ଠାନର ଶିକ୍ଷୟତ୍ରୀ ପ୍ରିତିପ୍ରିୟ ଦର୍ଶିନି ମହାପାତ୍ର, ତୁଷାର ରଞ୍ଜନ ରାୟ, ବିଜୟ ଲକ୍ଷ୍ମୀ ବେହେରା, ଉତ୍ସଵ ପରିଚାଳନାରେ ସହଯୋଗ କରିଥିଲେ, ନାରାୟଣ ଦାସ ଏବଂ ବାବୁଲି ବେହେରାଙ୍କ ଦ୍ଵାରା ଯନ୍ତ୍ର ସଙ୍ଗୀତ ମାଧ୍ୟମରେ ପିଲାମାନଙ୍କ ସୁଲଳିତ କଣ୍ଠରେ ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଆୟୋଜିତ ଉତ୍ସବରେ ଶିକ୍ଷାବିତ୍ ପ୍ରଦୀପ୍ତ ମୁଦୁଲି ଏବଂ ନୃତ୍ୟଗୁରୁ ଜ୍ୟୋତିରଂଜନ ମହାନ୍ତି ମଞ୍ଚ ପରିଚାଳନାରେ କରିଥିଲେ । ବିଦ୍ୟାଳୟର କୁନି କୁନି ପିଲାମାନଙ୍କ ଦ୍ଵାରା ଅନୁଷ୍ଠିତ କ୍ରୀଡା ସମେତ ବିଭିନ୍ନ ପ୍ରତି ଯୋଗିତାର କୃତି ପ୍ରତି ଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା ।

Exit mobile version