୦୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :- ଭୁବନେଶ୍ବର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଆମଣ।କୁଦ ପଞ୍ଚାୟତର କୁଦପାଟଣା ସ୍ଥିତ ଶ୍ରୀ ସନିଶ୍ଚର ଦେବଙ୍କ ଗ୍ରହ ଯୋଗ ୨ୟ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ଜଳଯାତ୍ରା, ଘଟ ଆୟନ୍, ଓ ମଣ୍ଡଳକରନ, ଆଦି ସମାପନ ପରେ ସନ୍ଧ୍ୟାରେ ଲକ୍ଷ୍ମୀଧର ବେହେରାଙ୍କ ଦ୍ୱାରା ଘୋଡ଼ା ନାଚ ପରିବେଷଣ କରାଯାଇଥିବାବେଳେ ଦ୍ୱିତୀୟ ଦିନରେ ଓଡ଼ିଆ ସିନେମାର କଳାକାର ମିଟୁ ମିଥୁନ, ସନି ଦେବଙ୍କ ପ୍ରଚାରକ ଭାବେ ଯୋଗ ଦେଇ କଳା ପ୍ରଦର୍ଶନ କରିଥିଲେ। ଆଉ ମଧ୍ୟ ବିଶିଷ୍ଟ କଳାକାରଙ୍କ ଦ୍ଵାରା ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

