୦୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ସମ୍ବଲପୁର :- ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଧନକଉଡ଼ା ଫୁଟବଳ ପଡିଆ ଠାରେ ଗେଙ୍ଗୁଟିପାଲି ଏବଂ ଧନକଉଡ଼ା ଫୁଟବଲ କ୍ଳବ ପକ୍ଷରୁ ଅନୁଷ୍ଠିତ 3 ଦିନିଆ ଫୁଟବଳ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଜଗନ୍ନାଥ ତ୍ରିପାଠୀ,ରଜନୀକାନ୍ତ ସାହୁ, ହୀରାଲାଲ ବେହେରା,ଅମିତ ନାଥ ପ୍ରମୁଖ ଯୋଗ ଦେଇଥିଲେ l ଧନକଉଡ଼ା ପଡିଆ ଠାରେ 3 ଦିନ ଧରି ଚାଲିଥିବା ଫୁଟବଳ ପ୍ରତିଯୋଗିତା ର ଫାଇନାଲ ମେଚ ଟି ଆଜି ଅନୁଷ୍ଠିତ ହୋଇଥିଳା l ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ 16 ଗୋଟି ଟିମ ଏହି ପ୍ରତିଯୋଗିତା ରେ ଭାଗ ନେଇଥିବା ବେଳେ ସରଳା ଏବଂ ମିର୍ଗାମୁଣ୍ଡା ଫୁଟବଲ ଟିମ ଏହି ପ୍ରତିଯୋଗିତା ର ଫାଇନାଲ ରେ ପହଞ୍ଚିଥିଲେ l

