Home ଓଡ଼ିଶା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ମାଣିକନଗର ଛକରେ ରବିବାର ଭୋର ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୈାରାଞ୍ଚଳ ରଜାତୋଟା ସାହିର ଅଭିମନ୍ୟୁ ପୃଷ୍ଟି (୭୦)। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୧୦୦/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରୀନିବାସ ସେଠୀ ସୁଚନା ଦେଇଛନ୍ତି। ସୂଚନା ପ୍ରକାରେ,ରବିବାର ଭୋର ପ୍ରାୟ ୫ଘଣ୍ଟା ସମୟରେ ସାଇକେଲ ଆରୋହୀ ଜଣକ ଘରୁ ସିନେମାହଲ ଛକରେ ଥିବା ଜଳଖିଆ ଦୋକାନ ଖୋଲିବା ପାଇଁ ଯାଉଥିଲେ। ମାଣିକନଗର ଛକରେ ରାସ୍ତା ଅତିକ୍ରମ କରୁଥିବା ବେଳେ ଏକ ଗାଡି ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଦୃତ ଗତିରେ ଚାଲି ଯାଇଥିଲା। ଗାଡି ଧକ୍କାରେ ବୃଦ୍ଧଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇ ରାସ୍ତାସାରା ଏଣେତେଣେ ପଡିଥିଲା। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖଣ୍ଡବିଖଣ୍ଡିତ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି। ବ୍ୟବଛେଦ ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ଦୂର୍ଘଟଣା ଘଟାଇବା ପରେ ଚମ୍ପଟ ମାରିଥିବା ଗାଡ଼ିର ସନ୍ଧାନ ପାଇଁ ପୁଲିସ ନିକଟସ୍ଥ ଅଞ୍ଚଳରେ ଲାଗିଥିବା ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି। ଘଟଣା ପରେ ପରିବାର ସଦସ୍ୟଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଅନ୍ୟ ପକ୍ଷରେ ଘଟଣା ସ୍ଥଳର କିଛି ଦୁରତାରୁ ବାଲେଶ୍ଵର ଆଞ୍ଚଳିକ ପରିବହନରେ ରେଜିଷ୍ଟ୍ରେସନ୍ ହୋଇଥିବା ଏକ ମାଲ୍ ବୁହା ଗାଡ଼ିର ନମ୍ୱର ପ୍ଲେଟ ମିଳିଥିବା ଜଣାପଡିଛି। ଏହା ଦୁର୍ଘଟଣା ଘଟାଇ ଥିବା ମାଲ୍ ଗାଡ଼ିର ନମ୍ୱର ବୋଲି ପୁଲିସ୍ ଆଶଙ୍କା ପ୍ରକାଶ କରିଛି। ଏହା ବ୍ୟତୀତ ମାଣିକ ନଗର ଛକ ଭଳି କିଛି ଜନଗହଳିପୁର୍ଣ୍ଣ ଛକ ନିକଟରେ ଦୃତ ଗତିରେ ଚଳପ୍ରଚଳ କରୁଥିବା ଯାନ ବାହନ ଗୁଡ଼ିକର ଗତି କମାଇବା ପାଇଁ ଗତିରୋଧ ଫାଟକର ଜରୁରୀ ପ୍ରୟୋଜନ ରହିଛି। Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ by Proprietor Abhimanyu Maharana September 28, 2026 ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟଙ୍କ ଗଜପତି ଜିଲ୍ଲାର ଭୂଷ୍ଫଳନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ by Proprietor Abhimanyu Maharana September 28, 2026 ଗୋଷାଣୀ ବ୍ଲକ ଗୁରାଣ୍ଡି ଠାରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ (ସି.ୟୁ.ଟି.ଏମ୍.), - ଅମୃତ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଅଧୀନରେ କିଷାନ ମେଳା ଅନୁଷ୍ଠିତ by Proprietor Abhimanyu Maharana September 28, 2026 VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026