୦୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ – ବାଙ୍କୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦ ଆନୁକୁଲ୍ୟରେ ଉପଖଣ୍ଡସ୍ତରୀୟ ପଲ୍ଲୀପ୍ରତିଭା ଯୁବକବି ସମ୍ମିଳନୀ ଏନ୍.ଏ.ସି ଅନ୍ତର୍ଗତ ଚକାପଦା ଯୁବବନ୍ଧୁ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ମିନତୀ ମହାପାତ୍ର ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ବିଭିନ୍ନ ଗ୍ରାମାଞ୍ଚଳରେ ଆସିଥିବା ଯୁବକବିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଏହି କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମାଞ୍ଚଳର ଯୁବପ୍ରତିଭାମାନେ ଲୋକଲୋଚନକୁ ଆସିବା ସହିତ ସେମାନଙ୍କର ଲିଖିତ କବିତା ନିଶ୍ଚିନ୍ତ ଭାବେ ଜଣେ ଜଣେ ଆଗାମୀ ଦିନର ପ୍ରତିଷ୍ଠିତ କବିଭାବେ ପରିଚିତ ହୋଇପାରିବେ ବୋଲି କହିଥିଲେ ।
ସମ୍ମାନିତ ଅତିଥିତ ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ନିରଞ୍ଜନ ଉପାଧ୍ୟାୟ , ବ୍ୟଙ୍ଗକବି କାହ୍ନୁଚରଣ ବେହେରା, କବି ଜଗମୋହନ ରାଉତ ଓ ଯୁବସଂଯୋଜକ କବି ସଂଜୀବ କୁମାର ଦାସ ପ୍ରମୁଖ ଯୋଗଦାନ କରି ଯୁବକବିମାନଙ୍କୁ ପ୍ରେରଣା ଓ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ପଣ୍ଡିତ ମନୋଜ କୁମାର ରାଉତ ସଂଯୋଜନା କରିବା ସହିତ ଗାଁ ର ମହକ ସଂପର୍କରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ଭାଗ୍ୟଶ୍ରୀ ନାୟକ, ସୂର୍ଯ୍ୟକାନ୍ତ ସେଠୀ, ସନ୍ଧ୍ୟାରାଣୀ କର, ରଞ୍ଜିତା ରାଉତ, ତୁଳସୀ ପଣ୍ଡା, ସୁରଜ ରାଉତ, ଲଭଲି ପ୍ରିୟଦର୍ଶିନୀ , ସୁଲଂଗ୍ନା ନନ୍ଦ,
