୦୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ବ୍ଲକ ରଘୁନାଥ ଦେବତା ବିଦ୍ୟାପୀଠ ସଭାଗୃହରେ ପୁରାତନ ଛାତ୍ର ସଂସଦ ଉତ୍ସବ ପାଳିତ ହୋଇଯାଇଛି । ଶିକ୍ଷାବିତ୍ ଦିନବନ୍ଧୁ ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଓ ଅବସରପ୍ରାପ୍ତ ଶିକ୍ଷକ ରମାକାନ୍ତ ମହାପାତ୍ର ପୁରାତନ ଛାତ୍ରମାନଙ୍କୁ ନିଜ ସ୍ୱାର୍ଥକୁ ଦୂରେଇ ଅନ୍ୟର ଉପକାର କରିବା ଦିଗରେ ନିଜକୁ ନିୟୋଜିତ କରିବା ସହ ପରିବାର ମଧ୍ୟରେ ଶାନ୍ତି, ମୈତ୍ରୀ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ପୂର୍ବତନ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ଦେବତା ,
