୦୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସିର୍ତ୍ତିଗୁଡା ଠାରେ ରେ ୬୪ ତମ ବିଶ୍ୱ ଶାନ୍ତି ପଞ୍ଚ ମହାଯଜ୍ଞ ରବିବାର ଆରମ୍ଭ ହୋଇଛି l ସିର୍ତ୍ତୀଗୁଡା ଗ୍ରାମ୍ୟ କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଅଷ୍ଟ ପ୍ରହର ନାମ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନଯଜ୍ଞ ଓ ଗୋ-ଯଜ୍ଞ ନିୟମିତ ଚାଲୁରହିବ l ଅଧିଷ୍ଠାତ୍ରୀ ଦେବୀ ମା ‘ ଦୁର୍ଗା, ପାଟ୍ଟଖଣ୍ଡା, ଓ ବରାଳଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଚୈତନ୍ୟ ଠାକୁର ମଣ୍ଡପ ପ୍ରାଙ୍ଗଣରେ ପଞ୍ଚ ମହାଯଜ୍ଞ ମହା ଆଡମ୍ବର ସହକାରେ ପାଳିତ ହେଉଛି l
