Home ଓଡ଼ିଶା ଅଳକା ହାଇସ୍କୁଲ ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ବିରିଡି ବ୍ଲକ ଅନ୍ତର୍ଗତ ଅଳକା ହାଇସ୍କୁଲ 1988ମସିହା ବ୍ୟାଚ ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ ଉଚ୍ଛବ ରବିବାର ସ୍ଥାନୀୟ ବାଲିଆ ପଞ୍ଚ ମୁଖି ହନୁମାନ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ଦିନପରେ ପୁରାତନ ଛାତ୍ର ଛାତ୍ରୀ ମାନେ ଏକତ୍ରିତ ହୋଇ ଥିବାରୁ ପରସ୍ପରକୁ ଦେଖି ସମସ୍ତେ ଭାବ ବିହ୍ଵଳ ହୋଇଯାଇଥିଲେ l ପରସ୍ପର ଭିତରେ ଭାବର ଆଦାନ ପ୍ରଦାନ ହୋଇଥିଲା l ବିଶେଷ କରି ସମାଜରେ ଏକତା ରକ୍ଷା କରି ସମ୍ପର୍କ ସ୍ଥାପନ କରିବାଦ୍ବାରା ସମାଜର ଉନ୍ନତ ସାଧନ ହୋଇପାରିବବୋଲି କହିଥିଲେ l ଗତବର୍ଷ ଏହି ବ୍ୟାଚ ର ଛାତ୍ର ସ୍ବର୍ଗତ ଆଲୋକ ପ୍ରଧାନ ଙ୍କର ଦେହାନ୍ତରେ ତାଙ୍କ ପାଇଁ ଏକ ସ୍ମୃତି ସଭା କରାଯାଇଥିଲା l ଏଥିରେ ସମସ୍ତେ 2 ମିନିଟ ନିରବ ପ୍ରାର୍ଥନା କରିଥିଲେ l ପୁରାତନ ଛାତ୍ର ସୁଶାନ୍ତ ମଲ୍ଲିକ, ଅସ୍ମିନ ସାହୁ, ପ୍ରକାଶ ବେଜ, ଆଲୋକ ଦାସ,ଚିତ୍ତରଞ୍ଜନ ସାହୁ, ଶ୍ରୀକାନ୍ତ ସାହୁ, ନୀଳମଣି ବେହେରା, କମଳା ଦାସ, ନମିତା ସାହୁ, ପ୍ରଶାନ୍ତି ସାହୁ, ପାର୍ବତୀ ପଣ୍ଡା, କାଞ୍ଚନ ସ୍ୱାଇଁ, ଜୟଶ୍ରୀ ସାହୁ, କମଳା କାନ୍ତ ଦାସ, ପ୍ରମୋଦ ନାୟକ, ସୁଶୀଲ ପଟ୍ଟନାୟକ, ପ୍ରମୁଖ ବହୁ ଛାତ୍ର ଛାତ୍ରୀ ଯୋଗଦେଇଥିଲେ l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ସିଂହଦ୍ୱାରରେ ଦେବୀସଭା ବିଦାୟ ନେଲେ ଗୋସାଣୀ by Proprietor Abhimanyu Maharana October 23, 2026 ଧର୍ମପ୍ରାଣା ମହିଳା ବିଦୁଲତା ମହାନ୍ତି ଙ୍କ ପରଲୋକ by Proprietor Abhimanyu Maharana October 23, 2026 କେ.ନୂଆଗାଁ ପୋଲିସର ସଫଳତା, ୯ ଜୁଆଡି ଗିରଫ : ଲକ୍ଷାଧିକ ଟଙ୍କା ଜବତ by Proprietor Abhimanyu Maharana October 23, 2026 ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ , ୭ଟି ସ୍ଥାନରେ ରେଡ୍ : ବିପୁଳ ପରିମାଣର ସମ୍ପତ୍ତି ଠାବ by Proprietor Abhimanyu Maharana October 23, 2026 ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ‘ରେଳ ଜନ ସମ୍ବାଦ’ ଆୟୋଜିତ by Proprietor Abhimanyu Maharana October 23, 2026 ମୁକୁଳା ଡ୍ରେନ୍ ମରାମତି ସହିତ ସ୍ଲାବକଭର କାର୍ଯ୍ୟରେ ବ୍ୟତିକ୍ରମ କୁ ତଦାରଖ କରିବା ପାଇଁ ଦାବି by Proprietor Abhimanyu Maharana October 22, 2026