ହିଞ୍ଜିଳିରେ ଦିଲ୍ଲୀ ବିଜୟ ଶୋଭାଯାତ୍ରା

୦୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ  :- ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ପାଇ ବିଜୟୀ ହୋଇ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱରେ ବିଜେପି ବିରୋଧୀ ଦଳଙ୍କୁ ମାତ ଦେଇ ବିଜୟ ମୁକୁଟ ଅଳଙ୍କୃତ କରିଛି । ଏହି ପରିପ୍ରେକ୍ଷୀରେ ଶନିବାର ହିଞ୍ଜିଳି ବିଜେପି ପକ୍ଷରୁ ଦିଲ୍ଲୀ ବିଜୟ ଉତ୍ସବ ପାଳନ ମହା ସମାରୋହରେ ପାଳନ କରାଯାଇଛି । ବିଜେପି ନଗର ମଣ୍ଡଳ ସଭାପତି ସୁଧାଂଶୁ ଶେଖର ସାବତଙ୍କ ନେତୃତ୍ୱରେ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରୁ ବିଜୟୀ ଶୋଭାଯାତ୍ରା ଆରମ୍ଭ ହୋଇଥିଲା।ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ମାନେ ଦଳୀୟ ପତାକା ସହ ବିଜୟ ନାରା ଦେଇଥିଲେ ।

ବାଦ୍ୟ ବାଜଣା ସହ ବାଣ ଫୁଟାଇ ସହର ପରିକ୍ରମା କରିଥିଲେ।ସହରର ବ୍ୟକ୍ତିବିଶେଷଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ବଇଞ୍ଚବଣିଆ ଡାକବଙ୍ଗଳା ଛକରେ ଶୋଭାଯାତ୍ରା ସମାପନ କରିଥିଲେ । ପରସ୍ପରକୁ ମିଷ୍ଟାନ୍ନ ଖୁଆଇ ଭାରତ ମାତା କି ଜୟ ସ୍ଲୋଗାନ ଦେଇ ହର୍ଷ ଉଲ୍ଲାସରେ ବିଜୟ ଉତ୍ସବ ପାଳନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନଗର ମଣ୍ଡଳ ପୂର୍ବତନ ସଭାପତି ସନ୍ତୋଷ ପାଣିଗ୍ରାହୀ,ରାଜ୍ୟ ପରିଷଦ ସଭ୍ୟ ମାଧବ ଗୌଡ଼ ଓ କୁମାରୀ ବରଡ଼, ଶିକିରି ମଣ୍ଡଳ ସଭାପତି ମାର୍କଣ୍ଡ ପାଣିଗ୍ରାହୀ ଓ ବିଜେପି ଯୁବ ନେତା ରାକେଶ ରଥ ଓ ରବିନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବହୁତ ବିଜେପି କର୍ମୀ ଯୋଗ ଦେଇଥିଲେ ।

Exit mobile version