ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବ୍ୟାସସରୋବରର ନୂତନ ପ୍ରକଳ୍ପ ଲୋକାର୍ପିତ

ମେଳା ଓ ମହୋତ୍ସବରେ ପ୍ରକଳ୍ପଗୁଡିକ ହେବ ଯାତ୍ରୀଙ୍କ ମୁଖ୍ୟଆକର୍ଷଣ

୦୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ  :- ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ବ୍ୟାସସରୋବର ପୀଠ ଠାରେ ନିର୍ମିତ ବହୁପ୍ରତିକ୍ଷିତ ପ୍ରକଳ୍ପଗୁଡିକ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଦ୍ବାରା ଲୋକାର୍ପିତ ହୋଇଛି । ଜିଲାର ଖଣିଜ ପାଣ୍ଠି ଓ ଇମ୍ଫା ଆଦିରୁ ୬୮କୋଟି ଟଙ୍କାରେ ବ୍ୟୟରେ ହୋଇଥ‌ିବା ଏହି ପ୍ରକଳ୍ପ ଆଜି ପବିତ୍ର ଭୌମୀ ଏକାଦଶୀ ଅବସରରେ ଲୋକାର୍ପିତ ହେବା ଦ୍ବାରା ୧୧ଦିନ ଧରି ଚାଲିବାକୁ ଥ‌ିବା ବ୍ୟାସସରୋବର ମେଳା ଓ ମହୋତ୍ସବରେ ଯାତ୍ରୀଙ୍କ ମୁଖ୍ୟ ଆକାର୍ଷଣର କେନ୍ଦ୍ରବିନ୍ଦୁ ସାଜିବ ।

ଏଥି ସହିତ ସଂସ୍କୃତି ସମ୍ପର୍କ ପୁରାଣ ପ୍ରସଙ୍ଗକୁ ବହନ କରିଥିବା ଏହି ପବିତ୍ର ପୀଠ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବା ପାଇଁ ନିର୍ମିତ ଏହି ପ୍ରକଳ୍ପଗୁଡିକ ବେଶ ଉପଯୋଗୀ ହୋଇ ପାରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଲୋକାର୍ପଣର ପ୍ରସଙ୍ଗକ୍ରମେ କହିଥିଲେ ।ଅନ୍ୟତମ ଅତିଥିଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଯୋଗଦେଇ ଏହି ପୁରାଣପୀଠର ମହିମାକୁ ପ୍ରଖ୍ଯାପନ କରିଥିଲେ ।

ସମ୍ମାନିତ ଅତିଥିଭାବେ ସମବାୟ, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ଏହି ପୀଠ ଆମ ଯାଜପୁର ଜିଲା ର ଐତିହ ବହନ କରିଛି ବୋଲି କହିଥିଲେ । କୋରାଇର ବିଧାୟକ ଆକାଶ ଦାସନାୟକ ଯୋଗଦେଇ ଏମାଟି ପର୍ବତ୍ର ମାଟି, ଯେଉଁଠାରେ ବ୍ୟାସଦେବ ଓ ରାଘୁଜି ଗୋସେଇଁ ଆଦି ଉଭୟ ଗୁରୁଶିଷ୍ୟଙ୍କୁ ଗୋଟିଏ ସ୍ଥାନରେ ପୂଜା କରାଯିବା ପରମ୍ପରା ନିଆରା ବୋଲି କହିଥିଲେ ।

ଯାଜପୁର ସାଂସଦ ଡଃ ରବିନାରାୟଣ ବେହେରା, ବଡଚଣାର ବିଧାୟକ ଅମର ନାୟକ, ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁ, ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ପ୍ରମୁଖ ଲୋକର୍ପିତ ଉତ୍ସବରେ ଯୋଗଦେଇ ବ୍ୟାସସରୋବର ପୀଠର ଗାରିବା ବଖାଣିଥିଲେ । ଅନ୍ୟାମନଙ୍କ ମଧ୍ୟରେ କୋରାଇର ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, ଜିଲା ବିଜେପି ସଭାପତି ଗୌତମ ରାୟ, ଆଶୁତୋଷ ପରିଡା, ବବିତା ମଲ୍ଲିକ, ଉମେଶ ଜେନା ପ୍ରମୁଖ ଯୋଗଦେଇଥିଲେ ।

ମୁଖ୍ୟମନ୍ତ୍ରୀ ହେଲିକ୍ୟାପଟରରେ ଆସି ବ୍ୟାସସରୋବର ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ପ୍ରକଳ୍ପ ଲୋକାର୍ପଣ ପୂର୍ବକ ସେଠାରେ ନିର୍ମିତ ନୂତନ ପ୍ରକଳ୍ପଗୁଡିକ ବୁଲି ଦେଖ‌ିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ନେତା ବିଜୟ ପଣ୍ଡା, ଚନ୍ଦ୍ରଶେଖର ପଣ୍ଡା, ପ୍ରିତରଞ୍ଜନ ସାହୁ, ପ୍ରକାଶ ଧଳ, ପ୍ରମୋଦ କୁମାର ସାହୁ, ଅମୁଲ୍ୟ ଦାଶ, ଦୀପକ ଦାସ, ସଂଜିବ ନାୟକ,

ରବିନାରାୟଣ ରାଉତ, ବିଶ୍ୱଜିତ ମହାନ୍ତି, ଅଯୋଧ୍ୟା ଜେନା, କଳିଙ୍ଗ ପହୀ, ଜହର ଅଲ୍ଲୀ, ନୀଳମାଧବ ଚକ୍ର, ଆଲୋକ ମଲ୍ଲିକ, ଉଦୟ କୁମାର ନାୟକ,ପପୁ ବଡଜେନା,ସରୋଜ ଦେ,ମନୋଜ କୁମାର ବେହେରା ପ୍ରମୁଖ କର୍ମୀ ଓ ବ୍ୟାସନଗର ମ୍ୟୁନିସପାଲିଟିର ଜର୍ମଚାରୀ, କେତେକ କାଉନସିଲର ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲା ବେଳେ ଶୃଙ୍ଖଳାଲାଗି ବ୍ୟାପକ ପୁଲିସ ବାହିନୀ ମୁତୟନ କରାଯାଇଥିଲା । ପରେ ସେଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ଆସି ନୂତନଭାବେ ନିର୍ମିତ ବ୍ୟାସଦେବ ଟାଉନ ହଲର ଲୋକାର୍ପଣ କରିଥିଲେ ।

Exit mobile version