Home ଓଡ଼ିଶା ବାରବାଟି ଷ୍ଟାଡିୟମ୍ ର କ୍ୟପାସିଟି କେତେ..? : ଟିକେଟ ବିକ୍ରି ହୁଏ କେତେ – ବଣ୍ଟା ହୁଏ କେତେ ସାଧାରଣରେ ପ୍ରଶ୍ନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ବାରବାଟୀ ଷ୍ଟାଡିୟମ୍ ଠାରେ ୪୪ ହଜାର୫୭୪ରୁ ଉର୍ଦ୍ଧ୍ବ କ୍ୟାପାସିଟି ଥିବା କୁହାଯାଉଥିବା ବେଳେ ଏହାର ବାସ୍ତବତା କୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଛି । ୦୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ଆଜି ବୁଧବାର ଠାରୁ ବାରବାଟି ଷ୍ଟାଡିୟମ୍ ଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ ମ୍ୟାଚ୍ ପାଇଁ ଷ୍ଟାଡିୟମ୍ କାଉଣ୍ଟରରେ ଜନସାଧାରଣଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ ହେଇଛି । ଟିକେଟ୍ ବିକ୍ରି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କାଉଣ୍ଟର ମାନଙ୍କରେ ସିସିଟିଭି ଖଞ୍ଜାଯାଇଛି । ଟିକେଟ ବିକ୍ରୀରେ ଶୃଙ୍ଖଳା ରକ୍ଷା ନିମନ୍ତେ ୧୭ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ମ୍ୟାଚ୍ ପାଇଁ ଷ୍ଟାଡିୟମ୍ ରେ ତିନୋଟି କାଉଣ୍ଟର ଖୋଲା ଯାଇଅଛି । ପ୍ରତ୍ୟେକ ବ୍ୟକ୍ତି ନିଜର ପରିଚୟ ପତ୍ର ଦେଖାଇ ଦୁଇଟି ଟିକେଟ ଗ୍ରହଣ କରି ପାରିବେ । ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର କାଉଣ୍ଟର ଖୋଲାଯାଇଛି। ଟିକେଟ କିଣିବା ପାଇଁ ଲୋକମାନେ ରାତିରୁ ଧାଡ଼ି ବାନ୍ଧି ଥିବାର ଲକ୍ଷ୍ୟ କରାଯାଇଛି । ବାରବାଟି ଷ୍ଟାଡିୟମ୍ ରେ କେତେ ଲୋକ ବସି ପାରିବେ, ଟିକେଟ୍ ବିକ୍ରି ହେଉଛି କେତେ, ବଣ୍ଟା ହେଉଛି କେତେ, ଏହାକୁ ନେଇ ସାଧାରଣରେ ନାନା ଆଶଙ୍କା ଦେଖା ଦେଇଛି । ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ବାରବାଟୀ ଷ୍ଟାଡିୟମର କ୍ୟାପାସିଟି ସମ୍ପର୍କରେ ଯେଉଁ ସୂଚନା ଦିଆଯାଇଛି ତାହାର ସତ୍ୟତା ନେଇ କ୍ରୀଡା ମହଲରେ ଚର୍ଚ୍ଚା ହେଉଛି । ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ବାରବାଟୀ ଷ୍ଟାଡିୟମ୍ ଠାରେ ୪୪ ହଜାର୫୭୪ରୁ ଉର୍ଦ୍ଧ୍ବ କ୍ୟାପାସିଟି ଥିବା କୁହାଯାଉଥିବା ବେଳେ ଏହାର ବାସ୍ତବତା କୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଛି । ସରକାରଙ୍କର କ୍ରୀଡା ବିଭାଗ ବା ପୋଲିସ ପ୍ରଶାସନ ପକ୍ଷରୁ ବାସ୍ତବରେ ବାରବାଟି ଷ୍ଟାଡିୟମ୍ ର କ୍ୟାପାସିଟି କେତେ ତାହା ଯାଞ୍ଚ କରିବାର କୌଣସି ବ୍ୟବସ୍ଥା ନାହିଁ । ତେଣୁ ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ବାରବାଟୀ ଷ୍ଟାଡିୟମ୍ ର କ୍ୟାପାସିଟି ସମ୍ପର୍କରେ ଯେଉଁ ତଥ୍ୟ ଦିଆଯାଉଛି l ତାହାକୁ ସରକାରଙ୍କର କ୍ରୀଡା ବିଭାଗ ଏବଂ ପୋଲିସ ପ୍ରଶାସନ ସ୍ଵୀକାର କରି ଆଖିବୁଜି ଗ୍ରହଣ କରୁଛନ୍ତି। ଟିକେଟ ବିକ୍ରି ହେଉଛି କେତେ, ବଣ୍ଟା ହେଉଛି କେତେ..? ଷ୍ଟାଡିୟମ୍ ରେ କେତେ ଲୋକ ବସି ପାରିବେ..? ଖେଳ ସମୟରେ ବାକି ସ୍ଥାନ କଣ ଖାଲି ପଡ଼ିଛି ..? ଗ୍ୟାଲେରୀରେ ଚିହ୍ନଟ ସିମେଣ୍ଟ ଆସନରେ ଜଣେ ବସିବେ ବୋଲି ଘୋଷଣା ଥିଲେ ମଧ୍ୟ ସେଠାରେ ତିନି ଜଣ ବସନ୍ତି ନା ନାହିଁ..? ସେଇ ଅନ୍ୟ ଦୁଇ ଜଣଙ୍କର ଟିକେଟ କେଉଁଠି, ତେଣୁ ବାରବାଟି ଷ୍ଟାଡିୟମ୍ ରେ କ୍ୟାପାସିଟି କେତେ ଟିକେଟ ବିକ୍ରି ହୁଏ କେତେ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି । ବିକ୍ରୀ କମ୍ ବଣ୍ଟା ବେଶୀ । Categories: ଓଡ଼ିଶା, କଟକ, ଖେଳ, ହୋମ୍ Related Content ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା by Proprietor Abhimanyu Maharana October 27, 2026 Amway India Opens revamped, upgraded stores in Berhampur and Balasore by Proprietor Abhimanyu Maharana October 27, 2026 ୧୨୭ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ by Proprietor Abhimanyu Maharana October 27, 2026 ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ଚାଲିଥିବା ସଚେତନତା ପଦଯାତ୍ରା ୨୧୦ ଦିନରେ by Proprietor Abhimanyu Maharana October 27, 2026 ପୁରୀରେ ଅର୍ଣ୍ଣବ ବାତ୍ୟାର ପ୍ରଭାବ ସମୁଦ୍ରରେ ଉଠୁଛି ଜୁଆର ପ୍ରବଳ ବର୍ଷା by Proprietor Abhimanyu Maharana October 27, 2026 କାର୍ତ୍ତିକ ବ୍ରତରୁ ପଞ୍ଚୁକ, ଆଧ୍ୟାତ୍ମିକତାରେ ମହକେ ଓଡ଼ିଶା by Proprietor Abhimanyu Maharana October 27, 2026