୦୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :- ଯେଉଁଠି ନାରୀଙ୍କୁ ସମ୍ମାନ ଦିଆଯାଏ, ସେଠୀ ଦେବତାମାନେ ଆପଣାଛାଏଁ ସନ୍ତୁଷ୍ଟ ହୋଇଥାନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚଣର ମାଝୀ ମତବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ମଧ୍ୟାହ୍ନରେ ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ଚାନ୍ଦ୍ରମା ପଡିଆରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଚତୁର୍ଥ ପର୍ଯ୍ୟୟ ଅର୍ଥ ପ୍ରଦାନ ଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେଇ ୧୮ଲକ୍ଷରୁ ଉର୍ଦ୍ଧ୍ବ ହିତାଧୀକାରୀଙ୍କୁ ଆଜି ୫ହଜାର ଟଙ୍କା ଲେଖାଏଁ ଡିବିଟି ଜରିଆରେ ପ୍ରଦାନକରିଛନ୍ତି ।

