୦୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ପ୍ରଥମ ତଥା ବହୁ ପ୍ରତୀକ୍ଷିତ ଏମଜିଏମ୍ ଟି୨୦ ଚାମ୍ପିଅନସିପ୍ ୨୦୨୫ ଫେବୃଆରୀ ୮ରୁ ଓଡ଼ିଶାର କଟକ ଅନ୍ତର୍ଗତ କପୁରସିଂଠାରେ ଅବସ୍ଥିତ ହାଇ ପରଫରମାନ୍ସ କ୍ରିକେଟ ଏକାଡେମୀ ‘ଏମଜିଏମ୍ ସ୍କୁଲ ଅଫ ସ୍ପୋର୍ଟସ୍’ରେ ଶ୍ରୀ ରବି ଶାସ୍ତ୍ରୀ ଏବଂ ତାଙ୍କର ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍ ସଦସ୍ୟଗଣ ଶ୍ରୀ ଭରତ ଅରୁଣ ଓ ଶ୍ରୀ ଆର ଶ୍ରୀଧରଙ୍କ ଦ୍ୱାରା ସ୍ଥାପିତ କ୍ରିକେଟରେ ଉତ୍କର୍ଷ ଆଣିବାରେ ଏକ ପ୍ରିମିୟର ପ୍ରତିଷ୍ଠାନ ‘କୋଚିଂ ବିୟଣ୍ଡ’ ସହଯୋଗୀତାରେ ଆରମ୍ଭ ହେବାକୁ ଯାଉଛି । ଏହି ପ୍ରିମିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ କ୍ରିକେଟ ଭଳି ଏକ ଉଲ୍ଲେଖନୀୟ କ୍ରୀଡାରେ ପ୍ରତିଭା ଅନୁସନ୍ଧାନ ତଥା ଏହି ଅଞ୍ଚଳରେ ଏକ ମଜଭୁତ କ୍ରୀଡା ସମୁଦାୟକୁ ପୃଷ୍ଠପୋଷକତା କରିବା ଲକ୍ଷ୍ୟ ରଖିଛି ।

