୦୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ସ୍ଥିତ ବିରୁପାକ୍ଷ ମନ୍ଦିର ପ୍ରାଙ୍ଗଣରେ ବାରକୋଶ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ବାରକୋଶ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ରେ ବାଲିଗୁଡା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ର କଳାକାର ଙ୍କ ପ୍ରସ୍ତୁତି ” ବାଦୁ ବାଦୁଲା ରାଧା କୁଞ୍ଜବନ ତାନି ସାନା ” ଓ ପାରମ୍ପରିକ ଆଦିବାସୀ ନୃତ୍ୟ ସଂଗୀତ ରେ ଝୁମିଲେ ଦର୍ଶକ l କନ୍ଧମାଳ ର ସଂସ୍କୃତି, ପରମ୍ପରା, ସାମାଜିକ ଚଳଣି ଉପରେ ପର୍ଯ୍ୟବେଶିତ ଏହି ନୃତ୍ୟ ଗୀତ ରେ ଉପସ୍ଥିତ ଦର୍ଶକ ବିଭୋର ହୋଇଥିଲେ l

