Home ଓଡ଼ିଶା ଭୀମକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭୀମକେଲାର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାଶ ମାଝୀ ପ୍ରଥମେ ମଞ୍ଚାସୀନ ଅତିଥି ଅଧିକାରୀଙ୍କୁ ବିଦ୍ୟାଳୟର ମୁଖ୍ୟ ଆବଶ୍ୟକତା ଉପରେ ଆଲୋକପାତ କରି ବାର୍ଷିକ ଉତ୍ସବର ବିବରଣୀ ପାଠ କରିଥିଲେ।ମୁଖ୍ୟ ଅତିଥି ଭାବରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସ୍ଥାନୀୟ ସରପଂଚ ଜାନକୀ ଗଉଡ, ସମିତି ସଭ୍ୟା ସୁମିତ୍ରା ମାଝୀ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ଯୋଗଦାନ କରି ଭୀମକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟ ରୂପେ ପରିଣତ କରିବାକୁ କହିଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ଭୀମକେଲା ବିଦ୍ୟାଳୟର ଆନୁଷଙ୍ଗିକ ଉନ୍ନତିକରଣ ପାଇଁ ମୋର ପ୍ରୟାସ ଜାରି ରହିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥିରେ ଅନ୍ୟାନ୍ୟ ଅତିଥି ରୂପେ ନର୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମୀନକେତନ ସାହୁ, ସମ୍ପାଦକ ଅମିତ ଶର୍ମା, ଭୀମକେଲା କ୍ଲଷ୍ଟର ସିଆରସିସି ବିଜୟ ସୁନା ପ୍ରମୁଖ ଯୋଗଦାନ କରିଥିଲେ । ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ଥିବା ଦୃଷ୍ଟିରୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶିକ୍ଷକ ତଥା କବି ଅନୀଲ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦେବଦତ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା। ଭୀମକେଲା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସହ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସହଯୋଗରେ ବାର୍ଷିକ ଉତ୍ସବଟି ସୁରୁଖୁରୁରେ ସମାପନ ହୋଇଥିଲା । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026