୦୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ମହାପ୍ରଭୁଙ୍କ ପାଇଁ ପୁରୀ ପରିଚିତ।ପୁରୀ ପର୍ଯ୍ୟଟନ ଓ ତୀର୍ଥ କ୍ଷେତ୍ର ଭାବେ ଦେଶ ବିଦେଶର ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିଛି।ଯାହା ଆମର ଅର୍ଥନୀତି ର ଏକ ପ୍ରମୁଖ ଅଂଶ।ତେଣୁ ପ୍ରତ୍ୟେକ ପର୍ଯ୍ୟଟକ ଙ୍କ ପାଇଁ ସୁଖଦ ଅନୁଭବ ପ୍ରଦାନ ରେ ଟ୍ରାଭେଲ ଏଜେଣ୍ଟ ମାନେ ସଂକଳ୍ପ ବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ।ପୁରୀ ରେଲୱେ ଷ୍ଟେସନ ଠାରେ ଆଜି ସଂଧ୍ୟାରେ ଓଁ ଶ୍ରୀ ଶ୍ରୀ ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ସଂଘର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।
