Home ଓଡ଼ିଶା କିମ୍ସରେ ବିଂଶତମ ଜାତୀୟ ଫୋନୋ ସର୍ଜନ ସମ୍ମିଳନୀ ଉଦ୍ଘାଟିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଆସୋସିଏସନ୍ ଅଫ୍ ଫୋନୋ ସର୍ଜନ୍ସ ଅଫ୍ ଇଣ୍ଡିଆ (ଏପିଏସ୍ଆଇ)ର ୨୦ତମ ଜାତୀୟ ଫୋନୋ ସର୍ଜନ ସମ୍ମିଳନୀ ‘ଫୋନୋକନ୍-୨୦୨୫’ ଶୁକ୍ରବାର କିମ୍ସରେ ଉଦ୍ଘାଟିତ ହୋଇଯାଇଛି । ୩ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ୪ଶହରୁ ଊର୍ଦ୍ଧ୍ୱ ସ୍ୱର ବିଶେଷଜ୍ଞ, ସର୍ଜନ, ସ୍ପିଚ୍ ଥେରାପିଷ୍ଟ ଯୋଗ ଦେଇଛନ୍ତି । ଏ ନେଇ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି ଏପିଏସ୍ଆଇର ସଭାପତି ତଥା କିମ୍ସ କର୍ଣ୍ଣ, ନାସା ଓ ଗଳା ବିଭାଗ ମୁଖ୍ୟ ପ୍ରଫେସର ଡା. କବିକାନ୍ତ ସାମନ୍ତରାୟ କହିଲେ ତୃତୀୟ ଥର ପାଇଁ ଏହି ସମ୍ମିଳନୀ ଓଡ଼ିଶାରେ ଅନୁଷ୍ଠିତ ହେଉଛି । ଏହି ସମ୍ମିଳନୀରେ ସ୍ୱରଯନ୍ତ୍ର ଜନିତ ସମସ୍ୟା ଓ ତାହାର ନିରାକରଣ ବିଷୟରେ ତିନିଧରି ଆଲୋଚନା, କର୍ମଶାଳା ଅନ୍ୁଷ୍ଠିତ ହେବା ସହ କର୍ଣ୍ଣ, ନାସା ଓ ଗଳା ବିଭାଗର ସ୍ନାତକୋତ୍ତର ଛାତ୍ରଛାତ୍ରଙ୍କ ପାଇଁ ଲାଇଭ୍ ସର୍ଜରୀ କରାଯିବ । ଅତ୍ୟଧିକ କଥା କହିବା ଆମ ଶରୀରର ସ୍ୱରଯନ୍ତ୍ର ଉପରେ ପ୍ରଭାବ ପକାଇଥାଏ ବୋଲି ସେ କହିଥିଲେ । ଫଳରେ ଆମ ସ୍ୱରରେ ପରିବର୍ତ୍ତନ ଘଟିଥାଏ । ତେଣୁ ଆବଶ୍ୟକତା ଠାରୁ ଅଧିକ ସମୟ କଥା ନ କହିବା ଓ ସୁସ୍ଥ ଗଳା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ଦିନରେ ଓ ରାତିରେ ଦୁଇଥର ଦାନ୍ତ ଘଷିବା ସହ ଉସୁମ ପାଣିରେ ଗର୍ଗଲିଂ କରିବା ପାଇଁ ପ୍ରଫେସର ସାମନ୍ତରାୟ ପରାମର୍ଶ ଦେଇଥିଲେ । ସମ୍ମିଳନୀ ଆୟୋଜନ କମିଟିର ସମ୍ପାଦକ ଡା. ଖଗେଶ୍ୱର ରାଉତ କହିଲେ, ପ୍ରତ୍ୟେକ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ୱରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରତ୍ୟେକ ମଣିଷର ସ୍ୱର ଜନ୍ମଗତ ବୋଲି ସାଧାରଣରେ ଏକ ଧାରଣା ରହିଛି । କିନ୍ତୁ ଶରୀରରେ ଥିବା ସ୍ୱର ଯନ୍ତ୍ରର ଅସ୍ତ୍ରୋପଚାର କରାଯାଇ ସ୍ୱରକୁ ଠିକ୍ କରାଯାଇପାରିବ ବୋଲି ସେ କହିଥିଲେ । ପାନ, ଗୁଟଖା ଆଦି ଟବାକୋ ଖାଇବା ଓ ଧୂମପାନ ଆମର ସ୍ୱର ଯନ୍ତ୍ର ଓ ଗଳା ଉପରେ ପ୍ରଭାବ ପକାଇଥାଏ । ଏଥିଯୋଗୁଁ ଆମର ସ୍ୱର ଖରାପ ହେବା ସହ ନିଶ୍ୱାସ ନେବା ଓ ଢୋକିବାରେ ସମସ୍ୟା ସୃଷ୍ଟି ହୋଇଥାଏ । ସ୍ୱରରେ ପରିବର୍ତ୍ତନ କିମ୍ବା ଗଳା ଖରାପ ହେଲେ ଏହାକୁ ଆଦୌ ଅବହେଳା ନ କରିବାକୁ ସେ ପରାମର୍ଶ ଦେଇଥିଲେ । ପାନ, ଗୁଟ୍ଖା ଓ ଧୂମପାନ ସେବନଠାରୁ ଦୂରେଇ ରହିବା ପାଇଁ ବ୍ୟାପକ ସଚେତନା ସୃଷ୍ଟି ଉପରେ ଡା ରାଉତ ଗୁରୁତ୍ୱାରୋପ କରିଥିଲେ । ଏସବୁର ସଚେତନତା ପାଇଁ ସେ ଗଣମାଧ୍ୟମର ସହଯୋଗ କାମନା କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ଏପିଏସ୍ଆଇର ପ୍ରତିଷ୍ଠାତା ସଭାପତି ଡା. ଭି ଫଣୀନ୍ଦ୍ରକୁମାର ଓ ସମ୍ପାଦକ ଡା ଆଲୋକ କାରୋଲକର ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026 ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana October 9, 2026 ରୋଜଗାର ନାହିଁ ଲୋକେ ଦାଦନ ମୁହାଁ.... by Proprietor Abhimanyu Maharana October 9, 2026 ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026