Home ଓଡ଼ିଶା ହର୍ଷ ଟ୍ରଷ୍ଟ ସହାୟତାରେ ସମ୍ୱନ୍ୱିତ ପ୍ରାକୃତିକ ସମ୍ବଳ ପରିଚାଳନା ଯୋଜନା ପ୍ରଦାନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୦୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :- ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆନୁକୂଲ୍ୟରେ ସମ୍ପ୍ରତି କାଲିମେଳା ଓ ପଡିଆ ବ୍ଲକର ଯଥାକ୍ରମେ ଭୁବନପଲ୍ଲୀ, ଲୁଗେଲ, ମହାରାଜପଲ୍ଲୀ ଏବଂ ପଚାୟତର ଏମ. ଭି 115,,ଏମ, ଭି 54, ଲଷ୍ମୀପୂର, ପଦ୍ମପୁର, ଏମ. ଭି 46, ଗୋରେଲଗୁଡା, କୋଇକୋଣ୍ଡା ଗ୍ରାମରେ ପ୍ରାକୃତିକ ସମ୍ବଳ ପରିଚାଳନା ଯୋଜନା ସ୍ୱତନ୍ତ୍ର ପଲ୍ଲୀସଭା ମାଧ୍ୟମରେ ଗ୍ରାମବାସୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ସମ୍ପୃକ୍ତ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି। ଚଳିତ ମାସ ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ଗ୍ରାମସଭାରେ ଏମ. ଭି 115, ଗ୍ରାମର ବିକାଶ ଯୋଜନା ହର୍ଷ ଟ୍ରଷ୍ଟ ପକ୍ଷରୁ ଭୁବନପଲ୍ଲୀ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ମାଡକାମୀ ଙ୍କୁ ସମ୍ମାନର ସହ ପ୍ରଦାନ କରାଯାଇଅଛି। ଏହି ଯୋଜନା ମୁଖ୍ୟତଃ ଗାଁ ଲୋକମାନଙ୍କଦ୍ୱାରା ଜଳ, ଜମି, ଜଙ୍ଗଲ, ଜନ୍ତ ଓ ଜନ ଙ୍କ ସମସ୍ୟା ଚିନ୍ନତିକରଣ ଓ ସମାଧାନ ମାଧ୍ୟମରେ ଆଶା କରାଯାଉଥିବା ଫଳାଫଳ ଉପରେ ଧ୍ୟାନ ଦିଆଯାଇଛି। ଏହି କାର୍ଯ୍ୟ କାଲିମେଳା ବ୍ଲକର 72 ଟି ଗାଁ ଓ ପଡିଆ ବ୍ଲକର 50 ଟି ଗାଁ ରେ ଚାଲୁ ରହିଅଛି । ଆଗାମୀ ଦିନରେ ଏହି ଗ୍ରାମ୍ୟ ବିକାଶ ଯୋଜନା ଆଧାରରେ ହର୍ଷ ଟ୍ରଷ୍ଟ ଓ ଏଚ. ଡି. ଏଫ. ସି ବ୍ୟାଙ୍କର ମିଳିତ ଉଦ୍ୟମରେ ବହୁବିଧ କାର୍ଯ୍ୟ ଯଥା.. କୃଷିର ବିକାଶ, ଜଳ ସେଚନର ସୁବିଧା, ଉନ୍ନତ ବୈଜ୍ଞାନିକ ପ୍ରଣାଳୀରେ କୃଷି,, ଜଳ ସଂରକ୍ଷଣ ବ୍ୟବସ୍ଥାମାନ ହାତକୁ ନେବା ପାଇଁ ହର୍ଷ ଟ୍ରଷ୍ଟର ପ୍ରକଳ୍ପ ମୁଖ୍ୟ ଶ୍ରୀଯୁକ୍ତ ସୁରେଶ ବେରି ମତ ବ୍ୟକ୍ତ କରିଛନ୍ତି। ଶ୍ରୀ ଅଶୋକ କୁମାର ମହାରଣା, ନିରଜ କୁମାର, ସନ୍ତୋଷ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାଲିମେଳା ବ୍ଲକ ରେ ଓ ସୁଧାକର ବଳବନ୍ତରାୟ ପଡିଆ ବ୍ଲକରେ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସଫଳ ହୋଇଥିବା ବେଳେ, କର୍ମୀ ଉତ୍ପଳ ମିସ୍ତ୍ରୀ, ଶିଳ୍ପୀ ମଣ୍ଡଳ, ଆଲୋକ ସର୍ଦାର, ମଧୁସ୍ମିତା ମାଡକାମୀ ଓ ପ୍ରତାପ ରାୟ ସହଯୋଗ କରିଛନ୍ତି । ହର୍ଷ ଟ୍ରଷ୍ଟର ଏତାଦୃଶ କାର୍ଯ୍ୟକୁ ଗ୍ରାମ ପଂଚାୟତ ମହଲରେ ଭୁରୀ ପ୍ରଶଂସା କରିବା ଦେଖିବାକୁ ମିଳିଛି । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଲବଣଗିରି ପାହାଡ଼ରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana July 27, 2026 ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା by Proprietor Abhimanyu Maharana July 27, 2026 ଇଣ୍ଡିଆନ ଆଇଡୋଲ ସିଜିନ ୧୬ ର ବିଜେତା - ଜ୍ୟୋତିର୍ମୟୀ ନାୟକ by Proprietor Abhimanyu Maharana July 26, 2026 ବିନା ଉଦଘାଟନରେ ୨ଟି ଓଭରବ୍ରିଜ କାର୍ଯ୍ୟକ୍ଷମ by Proprietor Abhimanyu Maharana July 26, 2026 ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି : ୪ ଲେନ ରାସ୍ତା ପାଇଁ ଦାବୀ by Proprietor Abhimanyu Maharana July 26, 2026 ୭୦ତମ ପୁଣ୍ୟତିଥିରେ ପୁଣ୍ୟ ଶ୍ଳୋକ ଙ୍କୁ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana July 26, 2026