ଆବାସିକ ବିଦ୍ୟାଳୟର ପରିଚାଳକ ଓ ମେଟ୍ରୋନ ମାନଙ୍କୁ ନେଇ ଶିଶୁ ସୁରକ୍ଷା ଉପରେ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

୦୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :-  ଗଜପତି ଜିଲାର ବଳକା ୩ ଟି ବ୍ଲକ ଯଥା ମୋହନ। , ନୂଆଗଡ, ଓ ରା.ଉଦୟଗିରି ବ୍ଲକ ର ସରକାରୀ ଆଦିବାସୀ ଛତ୍ରାବାସ ଓ ଛାତ୍ରୀନିବାସ ଦାୟିତ୍ବରେ ଥିବା ପରିଚାଳକ ଓ ମେଟ୍ରୋନ ମାନଙ୍କ ନିମନ୍ତେ ଶିଶୁସୁରକ୍ଷା ଊପରେ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ରା.ଉଦୟଗିରି ବ୍ଲକ ସମ୍ମିଳନୀ କକ୍ଷ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ସାଧନ ବ୍ୟକ୍ତି ଅମିୟ କୁମାର ତ୍ରିପାଠୀ ଶିଶୁ ସୁରକ୍ଷା, ଶିଶୁ ଅଧିକାର, ଯୌନ ନିର୍ଯାତନାରୁ ଶିଶୁଙ୍କୁ ରକ୍ଷା ଓ ନିରାପତ୍ତାର ବିଭିନ୍ନ ଦିଗ ଉପରେ ବିଷଦ ଭାବରେ ଉପସ୍ଥିତ ଅଂଶଗ୍ରହଣ କାରୀଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ରା.ଉଦୟଗିରି ବ୍ଲକ୍ ର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲାରିମେନ୍ ଖର୍ସେଲ୍, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସଲମନ୍ ରାଇକା ଏବଂ ଜିଲ୍ଲା ଶିସୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version