Home ଓଡ଼ିଶା ଆର, ଉଦୟଗିରିରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ଗଜପତି ଜିଲ୍ଲା ଆର,ଉଦୟଗିରି ଶିବ ମନ୍ଦିର ପଡିଆ ଠାରେ ବ୍ଳକ ସ୍ତରୀୟ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ପଟ୍ଟନାୟକ, ସ୍ଥାନୀୟ ବିଡିଓ ଲରିମନ ଖର୍ସେଲ, ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ରାମଗିରି ଜିଲ୍ଲା ପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି, ରା,ଉଦୟଗିରି ଜିଲ୍ଲା ପରିଷଦ ସଭ୍ୟା ଜମୁନା ଦଳବେହେରା , ସିଡିପିଓ ଲଳତା ପୂଜରୀ, ଜିଲ୍ଲା ପ୍ରକଳ୍ପ ମ୍ୟନେଜର ତପନ କୁମାର ବାହୁବଳେନ୍ଦ୍ର ଓ ଗୋପାଳ କୃଷ୍ଣ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯୋଜନା ମୁଖ୍ୟମନ୍ତୀଙ୍କ ଦ୍ବାରା ଖୋଦ୍ଧା ଜିଲ୍ଲା ଠାରେ ଶୁଭାରମ୍ଭ ହୋଇଥିଲା । ଜିଲ୍ଲା ଓ ବ୍ଳକ ଅଧିକାରୀମାନଙ୍କୁ ମାର୍ଗଦର୍ଶୀକା ପୁସ୍ତକ ପ୍ରଦାନ କରିଥିଲେ । ଫେବୃଆରୀ ୧୫ ତାରିଖ ସୁଦ୍ଧା ଆଞ୍ଚଳିକ ସମସ୍ତ ବିବରଣୀ ପ୍ରଦାନ ଲାଗି ନିର୍ଦେଶ ରହିଛି । ପାଞ୍ଚ ବର୍ଷ ମଧ୍ୟରେ ପାଞ୍ଚ ହଜାର କୋଟି ବ୍ୟୟ ବରାଦ ବିନିଯୋଗ କରାଯାଇ ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗା ବ୍ୟବସ୍ତାର ସୁଦୃଢୀକରଣ, ଅନୁନ୍ନତ ଜନଜାତି ବସବାସ କରୁଥିବା ଅଞ୍ଚଳରେ ଅଭୟନ୍ତୀକରଣ, ଅନ୍ତଃ ଗ୍ରାମ୍ୟ ସଡକ ସଂଯୋଗୀକରଣ, ପର୍ଯ୍ୟଟନ ସ୍ଥଳୀର ବିକାଶ ତଥା ଉନ୍ନତିକରଣ, ଶିକ୍ଷା ଓ ବିକାଶ ତଥା ଉନ୍ନତିକରଣ, ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ, ଆଧୁନିକରଣ ଓ ଧର୍ମପୀଠ ଗୁଡିକର ଉନ୍ନତିକରଣ ଇତ୍ୟାଦି ଅନ୍ତଭୁକ୍ତ । ଏହି କାର୍ଯ୍ୟକ୍ରମରେ ବ୍ଳକର ସମସ୍ତ ସରପଞ୍ଚ, ସମିତିସଭ୍ୟ/ସଭ୍ୟା, ପଞ୍ଚାୟତ ପିଇଓ, ବିଜେପି କର୍ମୀ, ଆଶାକର୍ମୀ , ଅଙ୍ଗନବାଡି କର୍ମୀ ଓ ମହିଳା ମଣ୍ଡଳର ସଦସ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ମଞ୍ଚକୁ ଅଶ୍ବିନୀ ଷଡଙ୍ଗୀ ଏବଂ ଛେଳାଗଡ ପିଇଓ ସଶାଙ୍କ ଶେଖର ସୁବୁଦ୍ଧି ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । Categories: ଓଡ଼ିଶା, ଗଜପତି, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026