ଭୁବନେଶ୍ୱରରେ ଅତ୍ୟାଧୁନିକ ଫର୍ଣ୍ଣିଚର ଶୋରୁମ ଫିଦରଲାଇଟ୍ ର ଉଦଘାଟିତ

୦୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ )  ଭୁବନେଶ୍ୱର :- ଫର୍ଣ୍ଣିଚର କ୍ଷେତ୍ରରେ ଏକ ଅଗ୍ରଣୀ ସଂସ୍ଥା, ଫିଦରଲାଇଟ୍, ଏହାର ନୂତନ ଶୋରୁମ ଉଦଘାଟନ କରିଛି, ଯାହା ସ୍ୱତନ୍ତ୍ର କାର୍ଯ୍ୟକ୍ଷେତ୍ରରେ ବ୍ୟବହୃତ ଫର୍ଣ୍ଣିଚରରେ ଅତ୍ୟାଧୁନିକ ଡିଜାଇନ୍ ପ୍ରଦର୍ଶନ ପାଇଁ ଏହି ସଂସ୍ଥା ଉତ୍ସର୍ଗୀକୃତ । ବରମୁଣ୍ଡାର ଫାୟାର ଷ୍ଟେସନ୍ ସ୍କୋୟାରର ପିଜିଏଲ ହୋଣ୍ଡା ବିଲଡିଂର ତୃତୀୟ ମହଲାରେ ଅବସ୍ଥିତ, ୧୦,୦୦୦ ବର୍ଗଫୁଟ ଏରିଆରେ ଏହି ଅତ୍ୟାଧୁନିକ ଫର୍ଣ୍ଣିଚର ଯାହା କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଏବଂ ସ୍ୱାସ୍ଥ୍ୟସେବା ନିମନ୍ତେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଫର୍ଣ୍ଣିଚର ଉତ୍ପାଦ ପ୍ରଦାନ କରେ । ଏହି ଶୋରୁମରେ ଉତ୍ପାଦକଗୁଡିକ ଡିଜାଇନ୍ ମଧ୍ୟ କରାଯାଉଛି, ଯେଉଁଥିରେ କଷ୍ଟମାଇଜଡ ଫର୍ଣ୍ଣିଚର ଉତ୍ପାଦ, ଶବ୍ଦ ନିରୋଧୀ ଫର୍ଣ୍ଣିଚର ପ୍ରଡକ୍ଟ, ଷ୍ଟାଇଲିସ୍ ଚେୟାର ଏବଂ ଆରାମଦାୟକ ନରମ ଆସନ ଅନ୍ତର୍ଭୁକ୍ତ ।

ଫିଦରଲାଇଟ୍ ଗୃପର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମନୋହର ଗୋପାଳ ଏବଂ ପିଜିଏଲ ଗୃପର ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ଦେବୀ ଅଗ୍ରୱାଲଙ୍କ ସମେତ ପ୍ରମୁଖ କାର୍ଯ୍ୟନିର୍ବାହୀମାନେ ଏହି ଶୋ’ରୁମ୍ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିଦରଲାଇଟ୍‌ର ସହଯୋଗୀ ନିର୍ଦ୍ଦେଶକ ଶ୍ରୀ କିରଣ ଚେଲାରାମ, ପିଜିଏଲ ଫର୍ଣ୍ଣିଚର ନିର୍ଦ୍ଦେଶକ ପୃଥା ଅଗ୍ରୱାଲ, ପିଜିଏଲ ଫର୍ଣ୍ଣିଚର ନିର୍ଦ୍ଦେଶକ କମଲ ଅଗ୍ରୱାଲ ଏବଂ ବ୍ୟବସାୟ ମୁଖ୍ୟ ଡିଲର ପରିଚାଳନା ଜ୍ଞାନେନ୍ଦ୍ର ସିଂହ ପରିହାର ଉପସ୍ଥିତ ଥିଲେ l ଶ୍ରୀ ଗୋପାଳ ଓଡ଼ିଶାର ଗତିଶୀଳ ବଜାର ପାଇଁ ସେବା ବୃଦ୍ଧି କରିବାରେ ଏହି କେନ୍ଦ୍ରର ଭୂମିକାକୁ ଗୁରୁତ୍ୱାରୋପ କରି ବ୍ୟବସାୟ ଏବଂ ସରକାରୀ କ୍ଷେତ୍ରଗୁଡ଼ିକୁ ନୂତନତା ଦେବାରେ ଏହା ସହାୟକ ହେବା କଥା କହିଥିଲେ ।

ପୂର୍ବ ଭାରତରେ ଭୁବନେଶ୍ୱର ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଶିଳ୍ପ ଏବଂ ଶିକ୍ଷା କେନ୍ଦ୍ର ଭାବରେ ସ୍ୱୀକୃତି ପ୍ରାପ୍ତ, ବିଭିନ୍ନ କ୍ଷେତ୍ରରେ ନିବେଶକୁ ଆକର୍ଷିତ କରୁଛି ଏବଂ ଆଇଆଇଟି ଭୁବନେଶ୍ୱର ଭଳି ପ୍ରତିଷ୍ଠିତ ପ୍ରତିଷ୍ଠାନଗୁଡ଼ିକୁ ଏଠାରେ ଅବସ୍ଥିତ । ଫିଦରଲାଇଟ୍ ପୂର୍ବରୁ ଟାଟା ଷ୍ଟିଲ୍ ଏବଂ ଆରବିଆଇ ପରି ଶିଳ୍ପ ସହିତ ସହଭାଗୀତା କରିଛି, ଏବଂ ଏହି ଅଞ୍ଚଳର ଅନେକ କ୍ଷୁଦ୍ର ଏବଂ ମଧ୍ୟମ ଆକାରର ଉଦ୍ୟୋଗ ସହିତ ମଧ୍ୟଭାଗୀ ହୋଇଛି । 60 ବର୍ଷରୁ ଅଧିକ ଅଭିଜ୍ଞତା ସହିତ, ଫିଦରଲାଇଟ୍ ଉଚ୍ଚ-ଗୁଣବତ୍ତା ଫର୍ଣ୍ଣିଚର ଅନ୍ତର୍ଭୁକ୍ତ କରିବା ପାଇଁ ଏହାର ବିସ୍ତାର କରୁଛି ।

ଏହି ପରିସରରେ ଏରଗୋନୋମିକ୍ ଶ୍ରେଣୀଗୃହ ଆସନ, ଲାଇବ୍ରେରୀ ରାକ୍ ଏବଂ ଶିକ୍ଷାଗତ ସ୍ଥାନଗୁଡ଼ିକୁ ଉତ୍ତମ ଶିକ୍ଷା ପରିବେଶରେ ପରିଣତ କରିବା ପାଇଁ ଡିଜାଇନ୍ କରାଯାଇଥିବା ନମନୀୟ ନରମ ଆସନ ମଧ୍ୟ ରହିଛି । ଏହା ସହିତ, ଫିଦରଲାଇଟ୍‌ର ସହଯୋଗୀ ନିର୍ଦ୍ଦେଶକ ଶ୍ରୀ କିରଣ ଚେଲାରାମ ବାଙ୍ଗାଲୋରରେ ଏକ ନୂତନ 90,000 ବର୍ଗଫୁଟ ଉତ୍ପାଦନ ୟୁନିଟ୍ ଘୋଷଣା କରିଛନ୍ତି, ଯାହା ଏପ୍ରିଲ 2025 ରେ ଖୋଲିବାକୁ ଯାଉଛି। ଏହି ଫିଦରଲାଇଟ୍‌ର ଅଭିନବ ଏବଂ ଗୁଣାତ୍ମକ ଫର୍ଣ୍ଣିଚର ସମାଧାନ ପ୍ରଦାନ ପ୍ରତି ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରେ । ଅଭିନବ ଏବଂ ଗୁଣାତ୍ମକ ଫର୍ଣ୍ଣିଚରର ସମାଧାନ ପ୍ରଦାନ କରୁଛି ।

Exit mobile version