୦୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- ରାଜ୍ୟରେ ସରୁନି ଦାଦନ ଯନ୍ତ୍ରଣା । କାମ ପାଇବା ଆଶାରେ ରାଜ୍ୟ ବାହାର କୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇ ଅକାଳରେ ଚାଲି ଯାଉଛି ଜୀବନ। ଗଲାବେଳେ ସୁସ୍ଥ ସବଳ ଶରୀର ନେଇ ଯାଉଛନ୍ତି, କିନ୍ତୁ ଫେରିବା ବେଳକୁ ଶବ ହୋଇ ଫେରୁଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମି8ଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତ ଅନ୍ତର୍ଗତ ପର୍ଡାକିଆ ଗ୍ରାମର ଆଦିବାସୀ ଯୁବକ ହେରଦ ପ୍ରଧାନ ଅନ୍ୟ ଦୁଇଜଣ ସାଙ୍ଗ ନିଜ ଅଞ୍ଚଳରେ କାମ ନମିଳିବାରୁ ପରିବାର ପ୍ରତିପୋଷଣ ନିମନ୍ତେ ଦାଦନ ଖଟିବାକୁ ଗତ ସେପ୍ଟେମ୍ବର ମାସରେ କେରଳ ଯାଇଥିଲେ।
