Home ଓଡ଼ିଶା କାଜିପାଟଣା ସାମଲ ସାହିରେ ବାଳୁତ କୁମର ବିଗ୍ର ଓ ପ୍ରତିଷ୍ଠା ଦିବସ ପାଳନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୦୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦର ଥାନା ସିଏମସି ୫୬ ନମ୍ବର ୱ।ର୍ଡ଼ କାଜିପାଟଣା ସାମଲ ସାହିରେ ବାଳୁତ କୁମର ବିଗ୍ର ଓ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟ ଶୁକ୍ରବାର ରାତିରେ ଉଦଯାପିତ ହେବ । ଏହି ଉପଲକ୍ଷେ କଳସ ସ୍ଥାପନ, ସୂର୍ଯ୍ୟ ପୂଜା , ମଣ୍ଡଳ ସ୍ଥାପନ, ଅଗ୍ନି ସ୍ଥାପନ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ଶୁକ୍ରବାର ବିଗ୍ର ସ୍ଥାପନ ସାଙ୍ଗକୁ ମନ୍ଦିର ପ୍ରତିଷ୍ଠା କରାଯିବା ସହିତ ସନ୍ଧ୍ୟାରେ ପୂର୍ଣ୍ଣାହୁତି ଦିଆଯାଇ ଯଞ କାର୍ଯ୍ୟ ସମାପନ କରାଯିବ । ଆୟୋଜିତ ଉତ୍ସବରେ ଗୁରୁବାର ସନ୍ଧ୍ୟାରେ କଟକ ସଦର କଂଗ୍ରେସ କମିଟିର ନେତା ରାମଚନ୍ଦ୍ର ଗୋଛୟତ, ୫୮ ନମ୍ବର ୱ।ର୍ଡ଼ କଂଗ୍ରେସ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ୫୬ ନମ୍ବର ୱ।ର୍ଡ଼ର କଂଗ୍ରେସ ନେତା ସାଗର ବେଉରା , ଶରତ ନାୟକ, ସୁରେନ୍ଦ୍ର ସାମଲ , ସାଜନ ଖାଁ , କାର୍ତ୍ତିକ ସାମଲ , ପ୍ରମୋଦ ଦାସଙ୍କ ସମେତ ବହୁ କଂଗ୍ରେସ ସଦସ୍ୟ ବାଳୁତ କୁମର ମନ୍ଦିର ପରିଦର୍ଶନ କରି ଠାକୁରଙ୍କ ଆଶୀର୍ବାଦ ନେଇଥିଲେ । ଶିଶିର ସାମଲ, ଅର୍ଜୁନ ସାମଲ, ଚନ୍ଦ୍ରମଣୀ ସାମଲଙ୍କ ସମେତ ସାମଲ ସାହିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content "ଦେଶ ବିଦେଶ" ର ସ୍ଵନକ୍ଷେତ୍ର ଦିବସ ପାଳିତ by Proprietor Abhimanyu Maharana May 8, 2026 Advento Communications Honored for Excellence in PR Services by Proprietor Abhimanyu Maharana May 8, 2026 Eastern India Regional Students’ Conference–2026 to be Held at Bhubaneswar by Proprietor Abhimanyu Maharana May 8, 2026 ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍ସ କନ୍ଫେରେନ୍ସ-୨୦୨୬ by Proprietor Abhimanyu Maharana May 8, 2026 ନାଚୁଣୀ ଥାନାରେ କୈଶୋର ସମସ୍ୟା ନିରାକରଣ ସଚେତନତା ଶିବିର by Proprietor Abhimanyu Maharana May 8, 2026 ଅଶୋକ ନଗର ଉଠାଦୋକାନୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମାନବିକ ଅଧିକାର କମିଶନଙ୍କୁ ଦାବିପତ୍ର ପ୍ରଦାନ by Proprietor Abhimanyu Maharana May 8, 2026