Home ଓଡ଼ିଶା ମୋହନା ହନୁମାନ ମନ୍ଦିର ବିଗ୍ରହ ପ୍ରତିଷ୍ଠା : ଲକ୍ଷାଧିକ ଭକ୍ତଙ୍କ ସମାଗମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବିଶାଳ କଳସ ଯାତ୍ରା,ପାଞ୍ଚ ଦିନ ବ୍ୟାପୀ ଅର୍ଣ୍ଣ,ଘୃତ,ନାମ ଯଜ୍ଞ ସହ ଆଧ୍ୟାତ୍ମିକ ପରିବେଶରେ ଶ୍ରଦ୍ଧାଳୁ ମଗ୍ନ ୦୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ସ୍ଥିତ ହନୁମାନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଚଳିତ ମାସ ଦୁଇ ତାରିଖ ଠାରୁ ଆରମ୍ଭ ହୋଇ ଛଅ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଶ୍ରୀ ହନୁମାନ ମନ୍ଦିର ସେବା ସମିତି ଦ୍ୱାରା ଆୟୋଜିତ ଏହି ପ୍ରତିଷ୍ଠା ଉତ୍ସବ ୨ ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ର ସହ ଚାଲିବ ବୋଲି ସୂଚନା ମିଳିଛି l ପ୍ରଥମ ଦିନରେ ଗଙ୍ଗା ଆବାହନ, ଘୃତ ଯଜ୍ଞ,ନାମ ଯଜ୍ଞ,ଜ୍ଞାନ ଯଜ୍ଞ ଓ ଅର୍ଣ୍ଣ ଯଜ୍ଞ ସହ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା l ମଧ୍ୟାହ୍ନ ୧୨ ଟାରେ ବ୍ଲକ ର ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ କଳସ ଧରି ଶୋଭାଯାତ୍ରା ରେ ଆସି ମୋହନା ସ୍ଥିତ ଶିବ ମନ୍ଦିରରେ ପହଞ୍ଚିଥିଲେ l ସେଠାରୁ ମହିଳା ମାନେ କଳସ ଯାତ୍ରାରେ ବାହାରି ବଜାର ପରିକ୍ରମା କରି ହନୁମାନ ମନ୍ଦିରରେ ବହୁ ଆଡ଼ମ୍ବର ସହ ପହଞ୍ଚିଥିଲେ l ଯଜ୍ଞସ୍ଥଳ ରେ କଳସ ସ୍ଥାପନ ପରେ ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଥିଲା l ଏଥିରେ କରଚୁଲି ଆଶ୍ରମ ମହନ୍ତ ସତ୍ୟାନନ୍ଦ ଗିରି,ଜିରାଙ୍ଗ ବୌଦ୍ଧ ମନ୍ଦିର ଗୁରୁଜୀ ଖେମ୍ପୋ ପେମା, ଚିକିଟି ବିଧାୟକ ଙ୍କ ଧର୍ମପତ୍ନୀ ତଥା ମହିଳା ନେତ୍ରୀ ମିନା ଦ୍ୟାନ ସାମନ୍ତରl,ମୋହନା ଗ୍ରାମ ମୁଖିଆ ପ୍ରତାପ ପାତ୍ର,ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଶାରୀରିକ ପ୍ରମୁଖ ଅଶୋକ ରଣଜିତ,ବଣିକ ସଂଘ ସଭାପତି ମନୋଜ ସାହୁ,ମୋହନା ବଣିକ ସଂଘ ର ପୂର୍ବତନ ସଭାପତି ଦଣ୍ଡାସି ସାହୁ ପ୍ରମୁଖ ଯୋଗ ଦେଇଥିଲେ lଏହି ପ୍ରତିଷ୍ଠା ଉତ୍ସବରେ କର୍ତ୍ତା ଭାବେ ବିଟୁ ପାତ୍ର ଏବଂ ରବି ଦ୍ୟାନସାମନ୍ତରାୟ କାର୍ଯ୍ୟ ତୁଲାଇ ଥିବା ବେଳେ ଦ୍ୱିତୀୟ ଦିନରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା,ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ,ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗ ଦେଇ ଥିବା ସଙ୍ଗେ ଓଡ଼ିଶାର ବିଶିଷ୍ଟ ସାଧୁବାଣୀ ପ୍ରବଚକ ଜିତୁ ଦାସ ପ୍ରବଚନ ଦେଇଥିଲେ। ଏହି ସାନ୍ଧ୍ୟ ପ୍ରବଚନ ଶୁଣିବା ନିମନ୍ତେ ହଜାର ହଜାର ଶ୍ରୋତା ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା।ଏହି ଅବସରରେ ମିନା ବଜାର,ଭଜନ ସଂଧ୍ୟା ଓ ପ୍ରବଚନ କାର୍ଯ୍ୟକ୍ରମ କରାଯାଉଥିବା ଆୟୋଜକ ହନୁମାନ ସେବା ସମିତି ସୂଚନା ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ସଡ଼କ ପରିବହନ ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ୟ ଉପସ୍ଥିତ ରହି ଆୟୋଜକଙ୍କୁ ସାଧୁବାଦ ଦେବା ସହ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଉପସ୍ଥିତ ରହି ଭଗବାନ ଙ୍କ ଆଶ୍ରିବାଦ ନେଇଥିଲେ ଏବଂ ସମସ୍ତ ସହଯୋଗର ହାତ ବଢାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶେଷ ଦିନରେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ମଧ୍ୟ ଉପସ୍ଥିତ ରହି ଭଗବାନ ହନୁମାନଙ୍କ ଆଶ୍ରିବାଦ ନେବା ସହ ନାମ ଯଜ୍ଞ ରେ ଭାଗ ନେଇ ଥିଲେ।ମୋହନା ଠାରେ ଛଅ ଦିନ ବ୍ୟାପି ହୋଇଥିବା ଭଗବାନ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଦୈନିକ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅଞ୍ଚଳର ହଜାର ହଜାର ଭକ୍ତ ଉପସ୍ଥିତ ରହିବା ସଙ୍ଗେ ଭଗବାନ ହନୁମାନ ଙ୍କ ଆଶ୍ରିବାଦ ନେଇଥିଲେ । ଶେଷ ଦିନରେ ଭଗବାନ ହନୁମାନ ଙ୍କ ବିଗ୍ରହ ମନ୍ଦିରରେ ସ୍ଥାପନା ପୂର୍ବରୁ ବିରାଟ ପଟୁଆରରେ ଗ୍ରାମର ସମସ୍ତ ସାହି ଗଳି ବୁଲାଇ ମନ୍ଦିର ମଧ୍ୟରେ ବିଗ୍ରହ ପ୍ରତିଷ୍ଠା କରାଯାଇଥିବା ଜଣାପଡିଛି।ଶାନ୍ତି ଶୃଙ୍ଖଳା ର ସହ ପ୍ରତିଷ୍ଠା ଉତ୍ସବ ସମାପ୍ତ ହୋଇଥିବାରୁ ମନ୍ଦିର ପରିଚାଳନା କମିଟି ସାଧୁ ସନ୍ଥ,ଅଞ୍ଚଳ ବାସୀ, ପ୍ରଶାସନ, ପୋଲିସ ଏବଂ ଗ୍ରାମ ବାସୀ ଙ୍କ ସହଯୋଗ ପାଇ ଥିବାରୁ ଧନ୍ୟବାଦ ଜଣାଇଥିବା ପ୍ରକାଶ । Categories: ଓଡ଼ିଶା, ଗଜପତି, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026