
୦୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ଛେଳିଗଡ ଜଳପ୍ରକଳ୍ପ ସ୍ଥିତ ସ୍ଵତନ୍ତ୍ର ଭୂଆର୍ଜନ ତଥା ଥଇଥାନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଛେଳିଗଡ ବୁଡି ଅଞ୍ଚଳର ସମସ୍ତ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଗତକାଲି ମହେନ୍ଦ୍ରଗଡ ଠାରେ ଥିବା ଜଳପ୍ରକଳ୍ପ କାର୍ଯ୍ୟାଳୟ ଘେରାଓ କରିବା ସହ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଶାନ୍ତି ଶୃଙ୍ଖଳା ଭାବେ ପ୍ରତିବାଦ କରିଛନ୍ତି l

