ବିପୁଳ ପରିମାଣର ବେଆଇନ ବଲ୍ହା ଜବତ

୦୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :- ବୁଗୁଡ଼ା ଷ୍ଟେସନ ନିର୍ମାଣ କାର୍ଯ୍ୟରେ ଶ୍ରୀ ଦୁର୍ଗା କନଷ୍ଟ୍ରକସନ୍ ସଂସ୍ଥା ବେଆଇନ ଭାବେ ମହାନଦୀ ବନ୍ୟପ୍ରାଣୀ ଓ ଦଶପଲ୍ଲା ରେଞ୍ଜ ଅଞ୍ଚଳରୁ ବହୁ ପରିମାଣର କଞ୍ଚା, ଶାଳ, ଧଉରା, ବାଂଝଣ ,କଷି, ବଲ୍ହା ଆଣି ଷ୍ଟେସନ ଗୃହ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରିଥିଲେ ।

ଆଜି ସଂଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ଦଶପଲ୍ଲା ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ଙ୍କ ନିର୍ଦ୍ଦେଶକ୍ରମେ ଟାକରା ସେକ୍ସନ ଫରେଷ୍ଟର ରାକେଶ କୁମାର ସାହୁ ସଦଳବଳେ ଚଢ଼ାଉ କରି ୨୯ ଟି ବଲ୍ହା ଓ ମେଢ଼ା ଜବତ କରିବା ସହିତ ଶ୍ରୀ ଦୁର୍ଗା କନଷ୍ଟ୍ରକସନ୍ ନାମରେ ଏକ ମାମଲା ରୁଜୁ କରିଛନ୍ତି ।

Exit mobile version