Home ଓଡ଼ିଶା ବିନାମୂଲ୍ୟରେ ନିଦାନ, ଔଷଧ ଓ ସୁଷମ ଖାଦ୍ୟ ବ୍ୟବସ୍ଥା ନାଟୁଗାଁରେ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :- ନୟାଗଡ଼ ବ୍ଲକର ବଡପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ନାଟୁଗାଁ ଅଙ୍ଗନୱାଡି କେନ୍ଦ୍ରରେ ସ୍ଵାସ୍ଥ୍ୟ ବିଭାଗ ଓ ସାମାଜିକ ସଂଗଠନ ସେଣ୍ଟର ଫର ଆସୋସିଏଟେଡ ପ୍ରୋଗ୍ରେସ ସହଯୋଗରେ ଯକ୍ଷ୍ମା ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ କୁମାର ଦଳବେହେରା ଯକ୍ଷ୍ମା ରୋଗର କରଣ ଓ ନିରାକରଣ ସମ୍ପକରେ ପରାମର୍ଶ ଦେବା ସହ ରୋଗୀ ନିୟମିତ ଔଷଧ ସେବନ କରିବାକୁ କହିଥିଲେ । ଅନ୍ୟତମ ଅତିଥି କ୍ୟାପ ଅନୁଷ୍ଠାନର ପ୍ରତିନିଧି ଶ୍ରୀ ଟୁନା ମହାରଣା ରୋଗକୁ ଦୂରେଇ ଦେବା ପାଇଁ ତୃଣମୂଳ ସ୍ତରରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ, ତାହେଲେ ଯାଇ ଆମେ ଯକ୍ଷ୍ମା ଗ୍ରାମ ଅଥବା ପଞ୍ଚୟତ ପାଇଁ ଚେଷ୍ଟା କରୁଛେ ବୋଲି ଜଣାଯିବ ବୋଲି ବୁଝାଇଥିଲେ । ଅନ୍ୟତମ ଅତିଥି ଦିଲୀପ କୁମାର ପ୍ରଧାନ ଯୋଗଦେଇ ସମସ୍ତ ଟିବି ରୋଗୀଙ୍କ ପାଇଁ ବିନାମୂଲ୍ୟରେ ନିଦାନ, ଔଷଧ ଯୋଗାଣ ଏବଂ ରୋଗୀର ପୃଷ୍ଟିକର ଖାଦ୍ୟ ପାଇଁ ପ୍ରତି ମାସରେ ଏକ ହଜାର ଟଙ୍କା ବ୍ୟାଙ୍କ ଖାତା ମାଧ୍ୟମରେ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ବୁଝାଇ ଥିଲେ । କମୁନିଟି ହେଲଥ ଅଫିସର ସୁଜାତା ରଣସିଂହ, ସ୍ଵାସ୍ଥ୍ୟକର୍ମୀ ସବିତା ବରାଡ ଓ ସ୍ଥାନୀୟ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ସ୍ବାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମବାସି ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026 Utkal Hospital Observes World Heart Day by Proprietor Abhimanyu Maharana October 1, 2026