କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ଘର ବାଡ଼ିରେ ଭାଲୁ – ନୀଳଗିରି

ଓଡିଶା ତାଜା ନ୍ୟୁଜ୍ (୨୬ ଅଗଷ୍ଟ ବୁଧବାର ) ବାଲେଶ୍ୱର :- ନୀଳଗିରି ,ବାଲେଶ୍ଵର ଜିଲ୍ଲା ନୀଳଗିରି ଗୋପୀନାଥପୁର ଶାସନରେ ଭାଲୁ । ଏହି ଭାଲୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ବାଡିରେ ଦେଖିବାକୁ ମିଳିଛି । ଖାଦ୍ୟ ଅନ୍ଵେଷଣରେ ଜଙ୍ଗଲ ଭିତରୁ ପଳାଇ ଆସିଥିବା ଭାଲୁଟି ଫେରିନପାରି ରହିଯାଇଛି । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚିଛି ।

ବୁଧବାର ଭୋର ସମୟରେ ଏକ ଭାଲୁ ପଲ ଖାଦ୍ୟ ପାଇଁ ସହର ମୁହାଁ ହୋଇଥିଲେ । ଅନ୍ୟ ଭାଲୁମାନେ ଜଙ୍ଗଲକୁ ପଳାଇଥିବା ବେଳେ ଏହି ଭାଲୁଟି ରହିଯାଇଥିଲା । ଭାଲୁଟିକୁ ପ୍ରଥମେ ଗୋପୀନାଥପୁର ଶାସନର ପରମାନନ୍ଦ ପତିଙ୍କ ବାଡ଼ିରେ ଦେଖିବାକୁ ମିଳିଥିଲା । ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ବାଡ଼ିର ବୁଦା ମୂଳରେ ଲୁଚିରହିଥିଲା । ହେଲେ ଆଉ ଦେଖିବାକୁ ମିଳୁନି । ଭାଲୁଟି କାଳେ ଗାଁ’ର କାହା ଘରେ ପଶି କ୍ଷତି କରିବ ସେଥିପାଇଁ ବନବିଭାଗ ଜଗି ରହିଥିବା ଜଣାପଡିଛି । (ଦୀପ୍ତିମାନ ପତି /ବାଲେଶ୍ୱର)

Exit mobile version