ଏକାଡେମୀ ଅଫ ହସ୍ପିଟାଲ ଆଡମିନିଷ୍ଟେସନ ଭୁବନେଶ୍ୱର ଶାଖାର ବୈଠକ ଅନୁଷ୍ଠିତ

୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର  :- ଏକାଡେମୀ ଅଫ ହସ୍ପିଟାଲ ଆଡମିନିଷ୍ଟେସନ ଭୁବନେଶ୍ୱର ଶାଖାର ନବମ ବୈଠକ ଭୁବନେଶ୍ୱର ସ୍ଥିତ ହୋଟେଲ୍ ସୂର୍ଯ୍ୟାଂଶ ଠାରେ ଅନୁଷ୍ଠିତ ହୋଇଯାଇଛି । ପରସ୍ପରକୁ ଶୁଭେଚ୍ଛା ଜଣାଇବା ପରେ ସଙ୍ଗଠନର ଭବିଷ୍ୟତର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା । ଓଡ଼ିଶା ସ୍ଵାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ଡାକ୍ତର ମାନସ ରଞ୍ଜନ ସାହୁ, ବୈଠକର ସଭାପତି କରିଥିଲେ । ବୈଠକରେ ଯୋଗ ଦେଇଥିବା କଟକ, ଭୁବନେଶ୍ବର ପ୍ରମୁଖ ହସ୍ପିଟାଲ ଗୁଡ଼ିକର ପ୍ରଶାସକମାନଙ୍କୁ ଡାକ୍ତର ଜବାହାର ଭିଲାଇ ( ଆଞ୍ଚଳିକ ନିର୍ଦ୍ଦେଶକ) ଡାକ୍ତର ଏମ , ସି, ସାହୁ (ଅର୍ଥ ସଚୀବ) ଡାକ୍ତର ସିଦ୍ଧାର୍ଥ ମିଶ୍ର    (ଭରବଙ୍କନଶ୍ୱର୍ ଆଂଚଳିକ ଶାଖାର ସଂପାଦକ) ସ୍ୱାଗତ କରିଥିଲେ ।

ଭୁବନେଶ୍ବର ଏମ୍ସ, ସମ ହସ୍ପିଟାଲ, ମନିପାଲ୍ ହସ୍ପିଟାଲ, ସମ୍ ଅଲ୍ଟିମେଟ୍, କିମସ, କିମ୍ସ ସୂପରସ୍ପିସିଆଲିଟୀ ହସ୍ପିଟାଲ୍, ଆପୋଲୋ ହସ୍ପିଟାଲ, ସ୍ପର୍ଶ ହସ୍ପିଟାଲ୍, ଏଚ,ସି,ଜି, ପଣ୍ଡା ହସ୍ପିଟାଲ୍, କଳିଙ୍ଗ ହସ୍ପିଟାଲ୍, ଏବଂ ଚିତ୍ତରଞ୍ଜନ ସେବା ସଦନ ନିଆଳିର ପ୍ରଶାସନିକ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।ରାଜ୍ୟର ପ୍ରତ୍ୟେକ ମେଡିକାଲ କଲେଜରେ ସ୍ଵାସ୍ଥ୍ୟ ପ୍ରଶାସକ ପାଠ୍ୟକ୍ରମ ଖୋଲିବା ପାଇଁ ନିକଟ ଅତୀତରେ ରାଜ୍ଯ ସରକାରଙ୍କୁ ଭୁବନେଶ୍ବର ଶାଖା ତରଫରୁ ଦାବୀ ପତ୍ର ପ୍ରଦାନ କରାଯାଇଅଛି । ସ୍ଵାସ୍ଥ୍ୟ କ୍ଷେତ୍ରରେ ଉପଯୁକ୍ତ ପ୍ରଶାସନିକ ପରିଚାଳନା ,

ମାନବ ସମ୍ବଳ ଉପଯୋଗ, ସୁଚିନ୍ତିତ ଯୋଜନା, ହସ୍ପିଟାଲ୍ର ସୁଚିନ୍ତିତ ଯୋଜନା, ହସ୍ପିଟାଲ୍ର ସଠିକ୍ ନିର୍ମାଣ କୌଶଳ, ଉତ୍ତମ ଆର୍ଥିକ ପରିଚାଳନା , ସୁବିଧା ଓ ସୁଯୋଗ ସୃଷ୍ଟି ଆବଶ୍ୟକ ନିୟନ୍ତ୍ରଣ ଓ ଆଇନଗତ ପରିଚାଳନା , ଗୁଣବତା ନିର୍ଦ୍ଧାରଣ, ସୂଚନା ଓ ଜରୁରୀକାଳୀନ ପ୍ରସୂତି ଇତ୍ୟାଦି ଅତ୍ୟନ୍ତ ଆବଶ୍ୟକ, ସ୍ଵାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ଡାକ୍ତର ମାନସ ରଞ୍ଜନ ସାହୁ ଓଡ଼ିଶାର ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଥିବା ବିଭିନ୍ନ ପ୍ରତିବନ୍ଧକର ମୁକାବିଲା, ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଭାଷଣ ଦେଇଥିଲେ, ବିଭିନ୍ନ ସରକାରୀ ବେସରକାରୀ ଡାକ୍ତରଖାନାର ପରିଚାଳନା ପାଇଁ ଉପଯୁକ୍ତ ପ୍ରଶାସନିକ ବ୍ୟବସ୍ଥାର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ ।

Exit mobile version