୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ସେଣ୍ଟର ଅଫ୍ ମ୍ୟାନେଜେରିଆଲ୍ ଏକ୍ସଲେନ୍ସ (ସିଏମ୍ଇଏକ୍ସ), ରାଜଧାନୀ କଲେଜ, ଭୁବନେଶ୍ୱରରେ “ବଜେଟ୍-୨୦୨୫ ବିଶ୍ଳେଷଣ” ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଉଦ୍ଦେଶ୍ୟ ଥିଲା ବଜେଟ୍-୨୦୨୫ର ମୁଖ୍ୟ ପ୍ରସଙ୍ଗ ଗୁଡ଼ିକୁ ବିଶ୍ଳେଷଣ କରି ଛାତ୍ରଛାତ୍ରୀମାନଙ୍କୁ ଏବଂ ଅଧ୍ୟାପକମାନଙ୍କୁ ତାହାର ପ୍ରଭାବ ବିଷୟରେ ସ୍ପଷ୍ଟ ଧାରଣା ଦେବା । ଏହି ସଭାରେ ମୁଖ୍ୟବକ୍ତା ଭାବେ ଚାଟାର୍ଡ ଆକାଉଣ୍ଟାଣ୍ଟ, ଶରତ କୁମାର ଦାଶ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ, ରୁଦ୍ରନାରାୟଣ ସା ଉପସ୍ଥିତ ଥିଲେ, ଯିଏମାନେ ରାଷ୍ଟ୍ରୀୟ ଅର୍ଥନୀତି, କର୍ ନୀତି ଏବଂ ବ୍ୟବସାୟ ଉପରେ ବଜେଟ୍ର ପ୍ରଭାବ ବିଷୟରେ ବିସ୍ତୃତ ଆଲୋଚନା କଲେ ।
