Home ଓଡ଼ିଶା ବିକଶିତ ଗାଁ ବିକଶିତ ଓଡିଶା“ର ହେବ ଶୁଭ ଉଦଘାଟନ କଲେ ମାନ୍ୟବର ମୃଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :- ଓଡ଼ିଶାର ନୂଆ ସରକାରଙ୍କର ଅଭିନଵ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶାର ହେବ ଶୁଭ ଉତଘାଟନ।ଉଦଘାଟନ କରିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି । ଉଦଘାଟନ ସମୟରେ ଉପସ୍ଥିତ ଥିଲେ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ,ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଜନା ସଚିବ ଗିରିଶ ଏସ୍ ଏନ୍ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁତାନସିଂହ, ଖୋର୍ଦ୍ଧା ଜିଲ୍ଲାପାଳ ଚଂଚଳ କୁମାର ରାଣା ପ୍ରମୁଖ ଉପସ୍ଥିତ ଥିଲେ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଠାରେ ସକାଳ ୧୧ ଘଣ୍ଟା ସମୟରେ ଶୁଭ ଉଦଘାଟନ କରିଲେ। ମୂଖ୍ୟମନ୍ତ୍ରୀ ଗ୍ରାମୀଣ ଭିତ୍ତିଭୂମି ଏବଂ ଅର୍ଥନୀତି ସୁଦୃଢ ହେବାସହ ଗ୍ରାମୀଣ ଜୀବନ ସୁଗମ ହୋଇପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିନଭ ଯୋଜନା।ଯୋଜନାରେ ୫ ବର୍ଷ ପାଇଁ ୫ କୋଟି ଖର୍ଚ କରାଯିବାପାଇଁ ଲକ୍ଷ୍ୟ ରଖା ଯାଇଛି । ପ୍ରତି ବର୍ଷ ୧ କୋଟି ଟଙ୍କା ଗ୍ରାମର ଉନ୍ନତିକାରଣ ପାଇଁ ଖର୍ଚ୍ଚ କରାଯିବା ପାଇଁ ଲକ୍ଷ ରଖା ଯାଇଛି । କାର୍ଯ୍ୟକ୍ରମ ପାଇଁ ୧୫ହଜାରରୁ ୨୦ହଜାର ଲୋକଙ୍କ ସମାଗମ ହୋଇଥିଲା । ସମସ୍ତ ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଥିଲା।ଖୋର୍ଦ୍ଧା ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଜନସାଧାରଣ ଙ୍କ ଯାତାୟାତ ପାଇଁ ୨୬୦ ଗୋଟି ବସ୍ ର ନିୟୋଜିତ କରାଯାଇଛି । ମୂଖ୍ୟମନ୍ତ୍ରୀଙ୍କ ଗ୍ରସ୍ଥକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ମାତ୍ର ଆଉ କିଛି ସମୟର ଅପେକ୍ଷା ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ବିକଶିତ ଗାଁ ବିକଶିତ ଓଡିଶାର ଶୁଭ ଉଦଘାଟନ ହୋଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ by Proprietor Abhimanyu Maharana October 11, 2026 ପୁରୀ ପୋଲିସ ଓ ଆରଟିଓ ପକ୍ଷରୁ ମିଳିତ ଟ୍ରାଫିକ୍ ସଚେତନତା ଓ ଯାଞ୍ଚ ଅଭିଯାନ by Proprietor Abhimanyu Maharana October 11, 2026 ୱାର୍ଲଡ ପୋଷ୍ଟ ଡେ ରେ ପୁରୀର ପ୍ରିୟଙ୍କା ଷଡଙ୍ଗୀ ସମ୍ମାନିତ by Proprietor Abhimanyu Maharana October 11, 2026 ହବିଷ୍ୟାଳୀ ବ୍ରତ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 11, 2026 କାଦୁଆ ଆଶ୍ରମ ରେ ଗୋପବନ୍ଧୁ ଜୟନ୍ତୀ ଅନୁଷ୍ଠିତ by Proprietor Abhimanyu Maharana October 11, 2026 ବ୍ୟାସନଗର ପ୍ରେସ ଫୋରମର ଦ୍ୱିବାର୍ଷିକ କର୍ମକର୍ତ୍ତା ଚୟନ by Proprietor Abhimanyu Maharana October 11, 2026