ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର

୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବଜାର ମଧ୍ୟରେ ଏକ ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର ଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ତୁମୁଡିବନ୍ଧ ସ୍ଥିତ ବୁଡ଼ାପଡା ଗ୍ରାମର ସୂର୍ଯ୍ୟ ନାୟକ ନାମକ ଜୈନକ ଯୁବକ ନିଜର କିଛି ବ୍ୟକ୍ତିଗତ କାର୍ଯ୍ୟ ନିମନ୍ତେ ତୁମୁଡିବନ୍ଧ ଠାରୁ ମେଡିକାଲ ଛକ କୁ ଆସୁଥିବା ବେଳେ ତୁମୁଡିବନ୍ଧ ବଜାର ଏବଂ

ମେଡିକାଲ ଛକ ମଧ୍ୟରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଏକ ଅଜଣା ଗାଡି ଧକ୍କା ଦେବାରୁ ସୂର୍ଯ୍ୟ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ପଡ଼ିଯାଇଥିଲେ, ଫଳରେ ସୂର୍ଯ୍ୟ ଙ୍କର ମୁଣ୍ଡରେ ଶକ୍ତ ମାଡ଼ ହୋଇଥିବାରୁ ନିକଟରେ ଥିବା କିଛି ବ୍ୟକ୍ତି ପ୍ରଥମେ ତୁମୁଡିବନ୍ଧ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରି ପ୍ରାଥମିକ ଚିକିତ୍ସା ପରେ ସୂର୍ଯ୍ୟଙ୍କ ଅବସ୍ଥା ଗୁରୁତର ହେବାରୁ ସଙ୍ଗେ ସଙ୍ଗେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରି ଚିକିତ୍ସା ଜାରୀ ଥିବା ଜଣାପଡିଛି ।

Exit mobile version