Home ଓଡ଼ିଶା ଗୋପ ବ୍ଲକ ରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା କେତେଦୂର ଫଳପ୍ରଦ ହେଵ ? by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ସିଧା ପ୍ରସାରଣ ଦେଖିବାରୁ ମହିଳା ବଞ୍ଚିତ : ଅଧିକାଂଶ ଚେୟାର ଖାଲି ୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :- ପୁରୀ ଜିଲ୍ଲା ର ଗୋପ ବ୍ଲକ ରେ ଗତ କାଲି ପୂର୍ବାହ୍ନ 11ଘଟିକା ସମୟରେ ଅନୁଷ୍ଠିତ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗୋପ ବ୍ଲକ ଅଧକ୍ଷା ଶ୍ରୀମତୀ ଝୁନୁ ମଲ୍ଲିକ ଅଧକ୍ଷତା କରିଥିବେଳେ ଉପାଧକ୍ଷ ଶ୍ରୀଯୁକ୍ତ ବନରଞ୍ଜନ ପଟ୍ଟନାୟକ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ l ଠିକ ସେହିପରି ଜଗତସିଂହପୁର ସାଂସଦଙ୍କ ଗୋପ ବ୍ଲକ ପ୍ରତିନିଧି ସୁଶାନ୍ତ କୁମାର ସ୍ୱାଇଁ, ଏଗାର ନମ୍ବର ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ରାୟ, ସ୍ଥାନୀୟ ତହସିଲଦାର ଅନିଲ କୁମାର ମହାନ୍ତି, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଦୀପକ କୁମାର ଜେନା ପ୍ରଭୁତି ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଗୋପ ବ୍ଲକ ବିଡ଼ିଓ ଶ୍ରୀମତୀ ଛବିରାଣୀ ସାହୁଙ୍କ ଦ୍ଵାରା କାର୍ଯ୍ୟକ୍ରମରେ ବ୍ୟବହୃତ ପ୍ରୋଜେକ୍ଟର ରେ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ହୋଇଥିବା ଦୃଶ୍ୟ କୁ ଅଧିକାଂଶ ମହିଳା ଦେଖିବାରୁ ବଞ୍ଚିତ ଥିଲେ କାରଣ ପ୍ରୋଜେକ୍ଟର ଲାଗିଛି ଗୋଟେ ପଟେ କିନ୍ତୁ ଅଧିକାଂଶ ମହିଳାଙ୍କ ପାଇଁ ବସିବାର ବ୍ୟବସ୍ଥା ହୋଇଥିଲା ଗୋଟେ ପଟେ ଯାହାଫଳରେ କି ସିଧା ପ୍ରସାରଣରେ କଣ ତାହା ହେଉଛି ଜାଣିପାରିଲେନାହିଁ l ଅପର ପକ୍ଷରେ ବ୍ଲକ ସ୍ତରୀୟ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ଦୂରଦର୍ଶନ ମଧ୍ୟରେ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଉଦ୍ଘାଟନୀ ଉତ୍ସବକୁ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ କରିଥିଲେ ମାନ୍ୟବର ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି l ଦୁଃଖ ଓ ପରିତାପର ବିଷୟଟି ହେଉଛି ଗୋପ ବ୍ଲକ ରେ ଆୟୋଜିତ କାର୍ଯ୍ୟକ୍ରମ ଦିନ 12 ଟା ସୁଦ୍ଧା ମଧ୍ୟ ହାତ ଗଣତି ମହିଳା ଙ୍କ ବ୍ୟତୀତ ଆଉ କେହିଁ ନଥିଲେl ଠିକ ସେହିଭଳି ନିର୍ଦ୍ଧିଷ୍ଟ କେତେଜଣ ଗଣମାଧ୍ୟମ ର ପ୍ରତିନିଧିଙ୍କୁ ଛାଡିଦେଲେ ଉକ୍ତ ସ୍ଥାନରେ କାର୍ଯ୍ୟକ୍ରମ ମୁତାବକ ଉପସ୍ଥିତ ଜନତା ଙ୍କ ସଂଖ୍ୟା କମ ଥିଲା l ଏଠାରେ କାର୍ଯ୍ୟରତ ମଣ୍ଡଳ ଉର୍ଣ୍ଣୟନ ଅଧିକାରିଣୀ ଶ୍ରୀମତୀ ଛବିରାଣୀ ସାହୁ କୌଣସି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୂଚିତ କରୁନାହାନ୍ତି, ସେତେବେଳେ ସାଧାରଣ ଜନତାଙ୍କୁ କିଏ ପଛରେ ? ଏଵେ ସାଧାରଣ ରେ ଚର୍ଚ୍ଚା ହେଉଛି ବିଡ଼ିଓ ମହୋଦୟ ସମସ୍ୟା ଠାରୁ ଦୂରରେ ରୁହନ୍ତି l ସେଥିପାଇଁ ତ କାର୍ଯ୍ୟକ୍ରମ ର ପୂର୍ବରୁ କାହାରିକୁ ସୂଚିତ କରନ୍ତି ନାହିଁ ଏମିତି କୀ ଜିଲ୍ଲା ସ୍ତରୀୟ ଜନଶୁଣାଣୀ ଟି ପ୍ରତି ୩ ମାସରେ ଠାରେ ଅନୁଷ୍ଠିତ ହେବାକଥା ଏଵେ ତାହା ମଧ୍ୟ ଠିକିରେ ହେଉନାହିଁ l ଏହା ଏକ ପ୍ରକାର ର ଋଗ୍ନମାନସିକତା ନୁହେଁ ତ ଆଉ କଣ ହୋଇଥାଇପାରେ l ମୋଟାମୋଟି କହିବାକୁ ଗଲେ ଅଭିଯୋଗ ଅନୁଯାୟୀ କୌଣସି ସମସ୍ୟାର ସମାଧାନ ହେଉନାହିଁ l ପଞ୍ଚାୟତ ସମିତି ର ମୁଖ୍ୟ ହେଲେ ଅଧକ୍ଷା ତାଙ୍କୁ ମଧ୍ୟ କୌଣସି କାର୍ଯ୍ୟକ୍ରମ ସୂଚିତ କରାଯାଉନଥିବା ଅଭିଯୋଗ ଆଣିଥିଲେ ଅଧକ୍ଷା ଶ୍ରୀମତୀ ଝୁନୁ ମଲ୍ଲିକ l ବିଡ଼ିଓ ପୂର୍ବରୁ ଏମିତି ଅନେକ କାର୍ଯ୍ୟ କରି ବେଶ ଚର୍ଚ୍ଚା ଆସିଥିଲେ l. ଗୋପ ବ୍ଲକ ପରିସରରେ ଏକ କାର୍ଯ୍ୟକ୍ରମ ରେ ସର୍ବସାଧାରଣଙ୍କ ସମ୍ମୁଖରେ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କୁ ମୁଣ୍ଡିଆ ମାରି ଚର୍ଚ୍ଚା କୁ ଆସିଥିଲେ l ଠିକ ସେହିପରି ଜିଲ୍ଲାପାଳ ଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ମଞ୍ଚ ଠାରୁ ଦୂରରେ ରହିବା ଆଉ କୌଣସି ମତେ ଅଭିଯୋଗକାରୀଙ୍କ ସଂଖ୍ୟା କମ ରହିବ ସଦାବେଳେ ଯୋଜନା ମୁତାବକ କାର୍ଯ୍ୟ କରନ୍ତି ବୋଲି ଶୁଣିବାକୁ ମିଳୁଛି l ଯେହେତୁ ଗୋପ ବ୍ଲକ ଟି 31 ଟି ପଞ୍ଚାୟତ ସହିତ କୋଣାର୍କ ବିଜ୍ଞାପିତ ଅଞ୍ଚଳ କୁ ନେଇ ଗଠିତ ସେହି ଅନୁଯାଇ ଲୋକ ସଂଖ୍ୟା ମଧ୍ୟ ରହିଛି l ଯେଉଁଠି ଅଧିକ ସଂଖ୍ୟକ ଲୋକ ସେଠି ସମସ୍ୟା ମଧ୍ୟ ଅଧିକ ଥାଏ ତାହା ଭଲଭାବେ ସମସ୍ତଙ୍କୁ ଜଣା l ଗୋପ ବ୍ଲକ ପ୍ରଶାସନିକ ମୁଖ୍ୟଙ୍କ ମତିଗତି ଯଦି ଏ ଭଲି ହୁଏ ତେବେ ତାଙ୍କ ଦ୍ଵାରା ପରିଚାଳିତ କର୍ମଚାରୀ ଙ୍କ ଗତିବିଧି ମଧ୍ୟ ସେଇୟା ହିଁ ହୋଇଥିବ ବୋଲି ଲୋକେ କଥା ହେଉଛନ୍ତି l ସରକାର ଙ୍କ ଜନହିତକର କାର୍ଯ୍ୟ କୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ସରକାରୀ ଅନୁଷ୍ଠାନ ଗୁଡିକ ରେ ଅଧିକାରୀ ଅଧିକାରିଣୀ ଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛିl ଏକଛତ୍ରବାଦ ବିରୁଦ୍ଧରେ ଲୋକ ମତ ସୃଷ୍ଟି ହୋଇ ସାଧାରଣ ଜନତାଙ୍କ ସରକାର ଗଠିତ ହୋଇଥିଲା କଣ ଅଧିକାରୀ ଓ ଅଧିକାରିଣୀଙ୍କ ମନମୁଖୀ ଶାସନ ଚଳାଇବା ପାଇଁ ? ବିଗତ 26 ବର୍ଷ ପରେ ମୋହନ ସରକାର ସାଧାରଣ ଜନତା ଙ୍କ ଅଭିଯୋଗ କୁ ସିଧା ସଳଖ ଶୁଣୁଥିବାବେଳେ ବ୍ଲକମାନଙ୍କରେ ନିଯୁକ୍ତି ପାଇଥିବା ସରକାରୀ କର୍ମଚାରୀମାନେ ସାଧାରଣ ଜନତା ଙ୍କ ଠାରୁ କାହିଁକି ଦୂରେଇ ଯାଉଛନ୍ତି ଏଵେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ସାଧାରଣ ଜନତା ଙ୍କ ମନରେ … Categories: ଓଡ଼ିଶା, ପୁରୀ, ହୋମ୍ Related Content ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026 Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya by Proprietor Abhimanyu Maharana August 7, 2026 ମାଟିଆପଡା ଓଭରବ୍ରିଜରେ ଅଧିକ ଲାଇଟ ଓ ସିସିଟିଭି ଲଗାଯାଉ by Proprietor Abhimanyu Maharana August 7, 2026