ଅଧ୍ୟାପକ ଲକ୍ଷ୍ମଣ ମନ୍ତ୍ରୀଙ୍କ ପୁସ୍ତକ ଲୋକାର୍ପଣ

୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ  :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଦୃଶ୍ୟଶ୍ରାବ ଗୃହ ଠାରେ ପୁରାତନ ଛାତ୍ର ତଥା ଅଧ୍ୟାପକ ଲକ୍ଷ୍ମଣ ମନ୍ତ୍ରୀଙ୍କ ଦ୍ୱାରା ରଚିତ ରାଣୀଶୁକଦେଈଙ୍କ ଉପରେ ଏକ ଇଂରାଜୀ ପୁସ୍ତକ ‘ଦି ଓରିଅର୍ କୁଇନ୍ ଅଫ୍ ବାଙ୍କୀ ରାଣୀ ଶୁକଦେଈ’ ଲୋକାର୍ପଣ ହୋଇଯାଇଛି । ରାଣୀ ଶୁକଦେଈ ସ୍ମୃତି ପରିଷଦ ଅନୁଷ୍ଠାନ ଆନୁକୁଲ୍ୟରେ ବାଙ୍କୀର ରାଜା ସାହେବ ଦୁର୍ଗାମାଧବ ଶ୍ରୀଚନ୍ଦନ ମହାପାତ୍ର ଉକ୍ତ ପୁସ୍ତକକୁ ଶୁଭଉନ୍ମୋଚନ କରିଥିଲେ ।

ପରିଷଦର ସଂପାଦକ ପ୍ରାଧ୍ୟାପକ ମନୋଜ କମୁାର ମହାପାତ୍ର , ଡକ୍ଟର ଅରବିନ୍ଦ ନାୟକ, ଡକ୍ଟର ସାରଦା ନନ୍ଦ ଦାସ, କବି କୌଶିକ ନାୟକ, ନରୋତ୍ତମ ବେହେରା , ରବିନାରାୟଣ ମଙ୍ଗରାଜ ଓ ଲେଖକ ଲକ୍ଷ୍ମଣ ମନ୍ତ୍ରୀ ପ୍ରମୁଖ ଯୋଗଦାନ କରିଥିଲେ । ବାଙ୍କୀ କଲେଜ ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version