୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ଡମପଡ଼ା ବ୍ଲକ କୁଶୁପଙ୍ଗିସ୍ଥିତ ଶ୍ରୀ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହର ନାମଯଜ୍ଞ ଉଦ୍ଯାପିତ ହୋଇଯାଇଛି । ଶ୍ରୀ ଶ୍ରୀ ରାମଲୀଳା ନାଟ୍ୟ ସଂସଦ ଆନୁକୁଲ୍ୟରେ ସୋମବାର ଠାରୁ ଏହି ନାମ ଯଜ୍ଞ ଆୟୋଜିତ ହୋଇଥିଲା । ପ୍ରଥମ ଦିବସରେ ଅଧିବାସ ସହ କଳସଯାତ୍ରା କରାଯାଇଥିଲା ବେଳେ ଦ୍ୱିତୀୟ ଦିବସ ମାଘମାସ ଶୁକ୍ଳପକ୍ଷ ତିଥିରେ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।

