୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ଡମପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଭର୍ଚ୍ଚୁଆଲ୍ ମାଧ୍ୟମରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିକଶିତ ଗାଁ ବିକଶିତ ଓଡ଼ିଶାର ମୂଳ ଲକ୍ଷ୍ୟ ଗ୍ରାମର ବିକାଶରେ ରାଜ୍ୟର ବିକାଶ ସମ୍ଭବ ଏବଂ ୫ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ କରାଯିବା ସହ ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ିକରଣ ଆଦି ଦିଗରେ ଏହି ଯୋଜନା ଅଧିକ ଲାଭ ଦାୟକ ହେବ ବୋଲି ଜଣାପଡିଛି ।

