୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିକ୍ରିଡା ଗ୍ରାମର ସନାତନ ସାମଲ ଆଉ ଇହଧାମରେ ନାହାନ୍ତି କଥାଟି ସୁଣିଲା ପରେ ନୂଆଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସନାତନ ସାମଲ ଥିଲେ ନୂଆଗାଁ ବ୍ଲକ ବିଜେଡି ସଭାପତି,ଜଣେ ସମାଜ ସେବୀ,ଦକ୍ଷ ସଂଗଠକ ସିକ୍ରୀଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ, ଗତ କିଛି ଦିନତଳେ ମହିତ୍ତମାରୁ ନିଜ ଗ୍ରାମ ସିକ୍ରିଡା ଅଭିମୁଖେ ମଟରସାଇକେଲରେ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ।

