Home ଓଡ଼ିଶା ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଉତ୍କଳର ପରିଚୟ ଓ ପ୍ରତିଷ୍ଠାର ପୁନରୁ‹ାନ ଥିଲା ଉତ୍କଳଗୌରବ ମଧୁସୂଦନ ଦାସଙ୍କର ଜୀବନବ୍ୟାପି ସାଧନାର ଲକ୍ଷ୍ୟ ୦୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଉତ୍କଳର ପରିଚୟ ଓ ପ୍ରତିଷ୍ଠାର ପୁନରୁ‹ାନ ଥିଲା ଉତ୍କଳଗୌରବ ମଧୁସୂଦନ ଦାସଙ୍କର ଜୀବନବ୍ୟାପି ସାଧନାର ଲକ୍ଷ୍ୟ । ସେ ଥିଲେ ଓଡ଼ିଆ ଜାତୀୟତାର ଜନକ, ନବଜାଗରଣର ପ୍ରବର୍ତ୍ତକ । ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ଦ୍ୱାରା ହିଁ ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ଉତ୍କଳ ପ୍ରଦେଶ ଗଠନ ସମ୍ଭବ ହୋଇଥିଲା ବୋଲି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଆଜି ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଲେ ଯେ ଆଜି ଉତ୍କଳ ଗୌରବ ମଧୁସୂଦନଙ୍କ ୧୧୧ ତମ ଶ୍ରାଦ୍ଧ ଦିବସରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର କଥା । ସ୍ୱତନ୍ତ୍ର ଓଡ଼ିଶା ଗଠନର ମୁଖ୍ୟ ବିନ୍ଧାଣି, ଜାତୀୟତାବାଦୀ ଚିନ୍ତାଧାରାର ମହାନ ନାୟକ ମଧୁବାବୁ ଜଣେ ଆଇନଜୀବୀ, ଶିଳ୍ପୋଦ୍ୟୋଗୀ, ସମାଜସେବୀ ଓ ସାହିତ୍ୟ-ସଂସ୍କୃତିପ୍ରାଣ ଭାବରେ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଚିର ଅମର ରହିବେ । ସମବାୟ ଆନ୍ଦୋଳନର ଆଦ୍ୟ ପ୍ରଣେତା ଥିଲେ ମଧୁବାବୁ । ଆଜି ସମବାୟ କ୍ଷେତ୍ରରେ ଆମେ ଯେଉଁ ବୈପ୍ଲବିକ ପରିବର୍ତନ ଦେଖୁଛେ ତାହା ମଧୁବାବୁଙ୍କ ଅବଦାନ । ଓଡ଼ିଆ ଜାତି ପାଇଁ ତାଙ୍କ ତ୍ୟାଗ ଓ ତପସ୍ୟା ଅତୁଳନୀୟ । ବିଚ୍ଛିନ୍ନାଞ୍ଚଳ ସହିତ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରିକରଣ ଏବଂ ଓଡ଼ିଶାରେ କୁଟୀରଶିଳ୍ପର ବିକାଶ ସହିତ କୃଷି, ବାଣିଜ୍ୟ, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଏକ ନୂତନ ଜାଗରଣ ସୃଷ୍ଟି କରିବା ସକାଶେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ମଧୁବାବୁ ସର୍ବଦା ଉଦ୍ୟମରତ ଥିଲେ ବୋଲି ସେ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାହାଙ୍ଗା ବିଧାୟକ ଶ୍ରୀ ସାରଦା ପ୍ରସାଦ ପ୍ରଧାନ କହିଲେ ଯେ ଓଡ଼ିଆ ଜାତିର ପ୍ରାଣ ପ୍ରତିଷ୍ଠାତା ମଧୁବାବୁ ଓଡ଼ିଆମାନଙ୍କ ଭିତରେ ଜାତୀୟତାର ମହାପ୍ରବାହ ସୃଷ୍ଟି କରିବା ଲକ୍ଷ୍ୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସମ୍ମିଳନୀର ମହାମନ୍ତ୍ର ଘୋଷଣା କରି ସତ୍ୟ ଓ ବିଶ୍ୱାସର ଯାଦୁକରୀ ସ୍ପର୍ଶରେ ସମସ୍ତ ଓଡ଼ିଆ ଜାତି ମଧ୍ୟରେ ଉଦ୍ବେଳନ ସୃଷ୍ଟି କରିଥିଲେ । ୧୯୦୩ ମସିହାରେ ତାଙ୍କ ପ୍ରଚେଷ୍ଟାରେ ଗଠିତ ଉତ୍କଳ ସମ୍ମିଳନୀ ଜାତୀୟ ବିକାଶ, ଜାତୀୟ ଅସ୍ମିତା ଓ ଜାତୀୟ ସ୍ୱାଭିମାନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଏକ ମହାମଞ୍ଚ ସାବ୍ୟସ୍ତ ହୋଇଥିଲା । ଉତ୍କଳ ଟ୍ୟାନେରୀ, କଟକର ତାରକସି, ଭାସ୍କର୍ଯ୍ୟ କଳା ସର୍ବୋପରି ଓଡ଼ିଶା ପ୍ରଦେଶର ଉନ୍ନତି ପାଇଁ ସେ ସବୁଦିନ ପାଇଁ ଚିର ସ୍ମରଣୀୟ ହୋଇ ରହିଥିବେ ବୋଲି ଶ୍ରୀ ପ୍ରଧାନ କହିଥିଲେ । ପ୍ରାକ୍ତନ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍କଳଗୌରବ ମଧୁସୂଦନଙ୍କ ଜୀବନୀ, କୃତି ଓ କୀର୍ତ୍ତି ଉପରେ ନିଜର ସାରଗର୍ଭକ ବକ୍ତବ୍ୟ ରଖି କହିଲେ ଯେ ମଧୁବାବୁ ଥିଲେ ଓଡ଼ିଆ ଜାତୀୟ ଜୀବନର ସ୍ରଷ୍ଟା, ଜାତିପ୍ରାଣ ଓ ଭାଷାସଙ୍କଟର ତ୍ରାଣକର୍ତ୍ତା । ସେ ଥିଲେ ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ପ୍ରଥମ ଓଡ଼ିଆ ଆଇନଜୀବୀ । ମଧୁବାବୁ ଥିଲେ ଓଡ଼ିଆ ଜାତୀୟତାର ଜନକ, ନବଜାଗରଣର ପ୍ରବର୍ତ୍ତକ । ଓଡ଼ିଆ ଜାତି ପାଇଁ ତଥା ଓଡ଼ିଶାର ଅସ୍ତିତ୍ୱକୁ ପ୍ରତିପାଦନ ପାଇଁ ତାଙ୍କ ଉଦ୍ୟମ ସର୍ବଦା ପ୍ରଶଂସନୀୟ । ବିଶିଷ୍ଟ ଅତିଥିଭାବେ ଶ୍ୟାମପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନର ସମ୍ପାଦକ ଡା ପୂର୍ଣଚନ୍ଦ୍ର ମଲ୍ଲିକ କହିଲେ ଯେ ମଧୁବାବୁ ଥିଲେ ପ୍ରଚଣ୍ଡ ସ୍ୱାଭିମାନୀ ଏବଂ ନଭଶ୍ଚୁମ୍ବୀ ବ୍ୟକ୍ତିତ୍ୱର ଅଧିକାରୀ । ଓଡ଼ିଆ ଜାତି ପ୍ରତି ସେ ସର୍ବଦା ସମର୍ପିତ ଥିଲେ ଏବଂ ତାଙ୍କ ବ୍ୟକ୍ତିତ୍ୱ ଥିଲା ଅନମନୀୟ ବୋଲି ସେ ଉଲ୍ଲେଖ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ସଭାପତିତ୍ୱ କରିବା ପୂର୍ବକ ସ୍ୱାଗତ ଭାଷଣ ଦେଇ କହିଲେ ଯେ ଓଡ଼ିଶାର ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନରେ ଉନ୍ନତି ଆଣିବା ସହ ମାତୃଭୂମି ଓ ମାତୃଭାଷାର ଉନ୍ନତି ପାଇଁ ତାଙ୍କର ଆଜୀବନ ସଂଗ୍ରାମର ଫଳ ସ୍ୱରୂପ ୧୯୩୬ ମସିହା ଅପ୍ରେଲ ପହିଲାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହୋଇଥିଲା ବୋଲି ବୋଲି ଶ୍ରୀ ପରିଡା ପ୍ରକାଶ କରିଥିଲେ । ବିଭାଗର ଉପ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲାବେଳେ ଏସ୍ ଏମ୍ କ୍ରିଏସନର କଳାକାରମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଲୋକସମ୍ପର୍କ ଅଧିକାରୀ ରୋଜାଲିନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସେହିପରି ବିଭାଗ ତରଫରୁ ସକାଳ ୮.୩୦ ମିନିଟ ସମୟରେ ରାଜଭବନ ଛକସ୍ଥିତ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ପରିଡ଼ା, ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଭୁବନେଶ୍ୱର ଶ୍ରୀଯୁକ୍ତ ବେହେରା, ବିଭିନ୍ନ ସାମାଜିକ ଅନୁଷ୍ଠାନ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ଆଜିର ସନ୍ଧ୍ୟା କାର୍ଯ୍ୟକ୍ରମରେ ଜୟଦେବଭବନର ଉପ ନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଆସୋଚାମର ଓ-ଲିଡ୍ସ ୨୦୨୬ ଅବସରରେ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ଷ୍ଟାର୍ଟଅପ୍ ମଧ୍ୟରେ ଅଧିକ ସହଯୋଗ ପାଇଁ ଆହ୍ୱାନ by Proprietor Abhimanyu Maharana October 10, 2026 ASSOCHAM’s O-LEADS 2026 Calls for Stronger Industry-Academia-Startup Collaboration by Proprietor Abhimanyu Maharana October 10, 2026 ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026 ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana October 9, 2026 ରୋଜଗାର ନାହିଁ ଲୋକେ ଦାଦନ ମୁହାଁ.... by Proprietor Abhimanyu Maharana October 9, 2026 ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026