ଜଙ୍ଗଲି  ହାତୀ ଆତଙ୍କ ରେ  ଗ୍ରାମବାସୀ ଭୟଭୀତ

୦୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର  :- ଖାଦ୍ୟ ଅଭାବରୁ ଜଙ୍ଗଲୀ ହାତୀ ପଲ ଏବେ ଗାଁ ମୁହାଁ ହୋଇଛନ୍ତି । ଫଳରେ ଧନ୍ୟବାଦ ଜୀବନ ବ୍ୟାପକ ହାନୀ ହେଉଛି । ଏହାର ଚିତ୍ର ଦେଖିବାକୁ ମିଳିଛି । ଖୋର୍ଦ୍ଧା ବନ ଖଣ୍ଡ ରଣପୁର ରେଞ୍ଜ  ଅନ୍ଧାରୁଆ ଗ୍ରାମ ନିକଟରେ । ଏବେ ଅନ୍ଧାରୁଆ ଗ୍ରାମ ନିକଟରେ ୧୩ ଟିକିଆ ହାତୀ ପଲ ଆତଙ୍କ ମଚାଇଛନ୍ତି । ଫଳରେ ହାତୀ ମାନଙ୍କ ଆତଙ୍କରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।
 ଗୋପାଳପୁର ଅନ୍ଧାରୁଆ ଗ୍ରାମ ନିକଟରେ ଥିବା  ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ ଭ୍ରଷ୍ଟ କରୁଛନ୍ତି ହାତୀ ପଲ ଚାଷୀ ମାନେ  ଚାଷ କରିଥିବା ରବି ଫସଲ. ବିରି ମୁଗ. କାକୁଡି,ଝୁଡ଼ଙ୍ଗ, ପୋଟଳ, ମୂଳା, କଦଳୀ, ତରଭୁଜ  ଆଦି ଫସଲ ବ୍ୟାପକ ନଷ୍ଟ କରିଛନ୍ତି ।

ହାତୀ ମାନେ ଖାଉଛନ୍ତି କମ ଫସଲ ମାତ୍ର ସେମାନଙ୍କର ପାଦ ରେ ଦଳି ମକଚି ନଷ୍ଟ ହେଉଛି ବ୍ୟାପକ ତେଣୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି।ଖବର ପାଇ ବନବିଭାଗର କର୍ମଚାରି ମାନେ ପାଟ୍ରୋଲିଙ୍ଗ କରିବା ସହ ଦ୍ରୋନ ମାଧ୍ୟମର ହାତି ଉପରେ ନଜର ରଖିଛନ୍ତି । ସେମାନଙ୍କୁ ଜଙ୍ଗଲକୁ ତଡିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଓ ଗ୍ରାମବାସୀ ମାନଙ୍କୁ ସଚେତନା କରୁଛନ୍ତି l

Exit mobile version