ରଣ୍ଡା ଡ୍ୟାମରେ ବୁଡି ଯୁବକ ଅକାଳରେ ବିୟୋଗ

୦୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର  :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନସ୍ଥ  ରଣ୍ଡା ଡ୍ୟାମରେ ବୁଡି   ଯୁବକଙ୍କ ମୃତ୍ୟୁବରଣ କରିଥିବାର ସୂଚନା। ଘଟଣା ଅନୁକ୍ରମେ – ଯୁବକ ଙ୍କ ନାମ ସୌମ୍ୟ ରଂଜନ ଜେନା । ଘର ଚାନ୍ଦପୁର ଥାନା ରଣ୍ଡା ଗ୍ରାମରେ।ସୌମ୍ୟ ରଂଜନ ୪ଜଣ ସାଙ୍ଗ ଙ୍କ ସହ  ରଣ୍ଡା ଡ୍ୟାମ ରେ  ମାଛ ଧରିବା ସହ ଗାଧୋଇବା ପାଇଁ ଯାଇଥିଲେ ।

ହେଲେ  ଅନ୍ୟ ସାଙ୍ଗ ମାନେ ଡ୍ୟାମ ବାହାରକୁ ପଳାଉ ଆସିଥିବା ବେଳେ  ସୌମ୍ୟ ରଂଜନ ଡ୍ୟାମ ରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଯୁବକଙ୍କ ଶବ କୁ ଉଦ୍ଧାର କରିଥିଲା । ଶବ ଜବତ କରି ତଦନ୍ତ କରୁଛି ପୋଲିସ୍ ।  ତେବେ ମୃତ ଯୁବକଙ୍କ ପିତା ଏହା ଏକ ସନ୍ଦେହ ଜନକ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି । ମୃତ ସୌମ୍ୟ ରଂଜନ ପୁରୀରେ ଏକ ଫର୍ମାସୀ କଲେଜ ର ଛାତ୍ର ବୋଲି ଜଣା ପଡିଛି ।

Exit mobile version