Home ଓଡ଼ିଶା ନୂଆ ସରକାରଙ୍କ ଅଭିନଵ ଯୋଜନା “ବିକଶିତ ଗାଁ ବିକଶିତ ଓଡିଶା“ର ହେବ ଶୁଭ ଉଦ୍ଘାଟନ ଯୋଇଦେବେ ମାନ୍ୟବର ମୃଖ୍ୟମନ୍ତ୍ରୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :- ଓଡ଼ିଶାର ନୂଆ ସରକାରଙ୍କର ଅଭିନଵ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶାର ଆସନ୍ତାକାଲି ୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ କର କମଳରେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ସକାଳ ୧୧ ଘଣ୍ଟା ସମୟରେ ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ। ଏହି ଯୋଜନା ରେ ଗ୍ରାମୀଣ ଭିତ୍ତିଭୂମି ଏବଂ ଅର୍ଥନୀତି ସୁଦୃଢ ହେବାସହ ଗ୍ରାମୀଣ ଜୀବନ ସୁଗମ ହୋଇପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିନଭ ଯୋଜନାର ଲକ୍ଷ୍ୟ ରଖା ଯାଇଛି । ଏହା ଦ୍ୱାରା ନୂତନ ସରକାରଙ୍କର ଉତ୍କର୍ଷ ଓଡିଶା – ୨୦୩୬ ର ରୂପାନ୍ତରଣରେ ଏହା ସହଯୋଗ କରିଵା ସହ ନୂତନ ଦିଗଦର୍ଶନର ବାର୍ତ୍ତା ଦେବ। ଏହି ଯୋଜନାରେ ୫ ବର୍ଷ ପାଇଁ ୫ କୋଟି ଖର୍ଚ କରାଯିବା ପାଇଁ ଲକ୍ଷ୍ୟ ରଖା ଯାଇଛି । ପ୍ରତି ବର୍ଷ ୧ କୋଟି ଟଙ୍କା ଗ୍ରାମର ଉନ୍ନତିକାରଣ ପାଇଁ ଖର୍ଚ୍ଚ କରାଯିବା ପାଇଁ ଲକ୍ଷ ରଖା ଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ବିଷୟରେ ଖୋର୍ଦ୍ଧା ବାସୀଙ୍କୁ ଅବଗତ କରାଇବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳରାଣା ୧୧ ହଜାର ଲୋକଙ୍କ ର ସମାଗମ ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି।ସେମାନଙ୍କ ଖାଦ୍ୟ ପାନୀୟ ର ବ୍ୟବସ୍ଥା କରାଯାଉଛି କାର୍ଯ୍ୟକ୍ରମ ପାଇଁ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଖୋର୍ଦ୍ଧା ବିଧାୟକ, ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଉପ-ଜିଲ୍ଲାପାଳ କିଶୋର କୁମାର ପଣ୍ଡା ଏହାର ତଦାରଖ କରୁଛନ୍ତି ।ଜନସାଧାରଣ ଙ୍କ ଯାତାୟାତ ପାଇଁ ୨୬୦ ଗୋଟି ବସ୍ ର ନିୟୋଜିତ କରାଯାଇଛି।ମୂଖ୍ୟମନ୍ତ୍ରୀଙ୍କ ଗ୍ରସ୍ଥକୁ ନେଇ ପୋଲିସ ପକ୍ଷରୁ ସୁରକ୍ଷା କଡାକଡି କରାଯାଇଛି ଘଟଣା ସ୍ଥଳରେ ଖୋର୍ଦ୍ଧା ବିଧାୟକ ଖୋର୍ଦ୍ଧା ଜିଲ୍ଲାପାଳ,ଖୋର୍ଦ୍ଧା ଏସ୍ପି ପହଞ୍ଚି ତଦାରଖ କରିଛନ୍ତି। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ by Proprietor Abhimanyu Maharana October 11, 2026 ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana October 11, 2026 ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ by Proprietor Abhimanyu Maharana October 11, 2026 ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ by Proprietor Abhimanyu Maharana October 11, 2026 ପୁରୀ ପୋଲିସ ଓ ଆରଟିଓ ପକ୍ଷରୁ ମିଳିତ ଟ୍ରାଫିକ୍ ସଚେତନତା ଓ ଯାଞ୍ଚ ଅଭିଯାନ by Proprietor Abhimanyu Maharana October 11, 2026 ୱାର୍ଲଡ ପୋଷ୍ଟ ଡେ ରେ ପୁରୀର ପ୍ରିୟଙ୍କା ଷଡଙ୍ଗୀ ସମ୍ମାନିତ by Proprietor Abhimanyu Maharana October 11, 2026