୦୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :- ଓଡିଶା କୋଠା ବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧୀନରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ, ମାଲକାନଗିରି ମିଳିତ ଆନୁକୂଲ୍ୟରେ ହିତାଧିକାରୀଙ୍କୁ ପରିଚୟ ପତ୍ର ଏବଂ ବିଭିନ୍ନ ସହାୟତା ବିତରଣ କାର୍ଯ୍ୟକ୍ରମ ମାଥିଲି ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୩୮ ଜଣ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ୬୩ ଲକ୍ଷ ୭୯ ହଜାର ୨୦୦ ଟଙ୍କା ଅର୍ଥ ରାଶିର ସହାୟତା ବିତରଣ କରାଯାଇଛି ।

