ତାଳବଣିଆ ରେ ଅନୁଷ୍ଠିତ ହେବ ଓଡିଶା : ଜାପାନ ପର୍ବ – ୨୦୨୫

OJF2025 A4 ??? - 1

୦୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ଆସନ୍ତା ୯ ତାରିଖ ସଂନ୍ଧ୍ଯା ୫ଟାରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପସେଣ୍ଟର ପକ୍ଷରୁ ସ୍ଥାନୀୟ ତାଳବଣିଆପଡିଆଠାରେ ଓଡିଶା- ଜାପାନ ପର୍ବ ମହାସମାରୋହରେ ଅନୁଷ୍ଠିତ ହେବ । ଏନେଇ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶ ପ୍ରେସ୍ ଇସ୍ତାହାର ଜରିଆରେ ସୂଚନା ଦେଇଛନ୍ତି। ଏହି ପର୍ବରେ ଗୋଟିଏ ମଞ୍ଚରେ ଦୁଇ ଦେଶର କଳାକାରମାନେ ନିଜ ନିଜ ଦେଶର କ ଳା ସଂସ୍କୃତିର ଝଲକ ପ୍ରଦଶନ କରିବେ।

ଫଳ ରେ ଦୁଇ ଦେଶର କଳା ସଂସ୍କୃତିର ଭାବ ବିନିମୟ ହୋଇପାରିବା ସହ ପର୍ଯ୍ଯଟନର ବିକାଶ ହୋଇ ପାରିବ ବୋଲି ସେ ଆଶାପ୍ରକଟ କରିଛନ୍ତି। ଉକ୍ତ ପର୍ବରେ ସାମିଲ ହୋଇ ଦୁଇ ଦେଶର କଳାକାର ଙ୍କ ନିଖୁଣ କଳା ଦେଖିବାକୁ ଶ୍ରୀ ଦାଶ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଡ୍ରମ ବାଜା, ବିଭିନ୍ନ ଯନ୍ତ୍ର ସଂଗୀତ ରେ ମଞ୍ଚ ଦୁଲୁକିବ l

Exit mobile version