କୋଣାର୍କ ଚନ୍ଦ୍ରଭାଗା ରେ ସାଧୁସନ୍ଥ ଙ୍କ ମାଘସପ୍ତମୀ ବୁଡ଼

୦୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ଗତକାଲି ସୋମବାର ସନ୍ଧ୍ୟାରେ ଚନ୍ଦ୍ରଭାଗା ତୀର୍ଥପୁଷ୍କରଣୀ ରେ ମାଘସପ୍ତମୀ ଉପଲକ୍ଷେ ତୀର୍ଥସ୍ନାନ ସନ୍ଥ ସମିତି ତରଫରୁ ପୂର୍ବ ବର୍ଷ ଭଳି ଶିବିର ସ୍ଥାପନ ହୋଇଥିଲା  l ସଂଧ୍ୟାରେ ସାଧୁସନ୍ଥ ସମାବେଶ , ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ବିତରଣ ଅନୁଷ୍ଠିତ ହୋଇଥିଲା l

ମଙ୍ଗଳବାରେ ଭୋଅରୁ ତିନି ଠାକୁର ବିଜେ ହେବା ପରେ ସନ୍ଥ ମାନେ ଶୋଭା ଯାତ୍ରା ରେ ଯାଇ ମାଘ ସପ୍ତମୀ ବୁଡ଼ ସମ୍ପର୍ଣ୍ଣ କରିଥିଲେ l ପ୍ରାୟ ପନ୍ଦର ହଜାର ଶ୍ରଦ୍ଧାଳୁଙ୍କୁ ଖେଚୁଡ଼ି ପ୍ରସାଦ ବିତରଣ କରାଯାଇଥିଲା l ସମିତିର ସଭାପତି ଶ୍ରୀମହନ୍ତ ରାମକୃଷ୍ଣ ଦାସ ମହାରାଜ , ରାଧା ବଲ୍ଲଭ ମଠ ,

ପୁରୀ ଧାମ ଙ୍କ ନେତୃତ୍ୱ ରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା l ନିକଟସ୍ଥ ରାଧାବଲ୍ଲଭ ମହାବିଦ୍ୟାଳୟ ର ଛାତ୍ର ମାନେ ସେବା ପ୍ରଦାନ କରିଥିଲେ |ଚନ୍ଦ୍ରଭାଗା ତୀର୍ଥ ସ୍ନାନ ସନ୍ଥ ସମିତି ର ସମ୍ପାଦକ ମନୋଜ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Exit mobile version