ସମନ୍ୱୟ କମିଟିର ବୈଠକ ପରେ ସୂଚନା
ନିର୍ବାଚନ ପ୍ରସ୍ତୁତି ଚୂଡାନ୍ତ
0୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ଓଡ଼ିଆ ନବବର୍ଷ ପୂର୍ବରୁ ଶେଷ ହେବ ବୋଲି ଆଜି ଦଳ ତରଫରୁ କୁହାଯାଇଛି । ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ସାଙ୍ଗଠନିକ ନିର୍ବାଚନ ସମ୍ୱନ୍ଧରେ ଚୂଡାନ୍ତ ନିଷ୍ପତ୍ତି ନେବା ପାଇଁ ଆଜି ଶଙ୍ଖ ଭବନ ଠାରେ ଦଳର ସମନ୍ୱୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ । ସମନ୍ୱୟ କମିଟିର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ବୈଠକ ଓ ଦଳର ସାଙ୍ଗଠନିକ ନିର୍ବାଚନ ସମ୍ବନ୍ଧରେ ସୂଚନା ଦେଇଥିଲେ । ଦଳର ସାଙ୍ଗଠନିକ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ଦଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ ଏହି ବୈଠକରେ ଯୋଗଦେଇ ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ ।
