0୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :- କେନ୍ଦ୍ର ରେଳ,ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶା ପାଇଁ ୨୦୨୫ ରେଳ ବଜେଟର ପ୍ରମୁଖ ସୂଚନା ଉପସ୍ଥାପନା କରିଛନ୍ତି। ଓଡ଼ିଶା ରେଳ ବଜେଟ୍ ୨୦୨୫ର ପ୍ରମୁଖ ଆକର୍ଷଣ ରେକର୍ଡ ବଜେଟ୍ ଆବଣ୍ଟନ ଓଡ଼ିଶାରେ ରେଳ ବିକାଶ ପାଇଁ ୧୦,୫୯୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି,ଯାହାକି ୨୦୦୮-୨୦୧୪ ତୁଳନାରେ ୧୨.୫ ଗୁଣ ଅଧିକ।୨୦୦୯-୨୦୧୪ ଅବଧିରେ ବାର୍ଷିକ ହାରାହାରି ୮୩୮ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା ।
