ମନ ମୋହିଲା ସାନ ବଡ଼ ଘୁଡୁକା ଲୋକନୃତ୍ୟ (ତୁଷୁରା) ନୂଆଗାଁ ବନ୍ଦନା
0୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ର ଦ୍ଵିତୀୟ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ କହିଥିଲେ ଯେ ଦଶପଲ୍ଲା ବିଧାୟକ ଙ୍କ ପାଇଁ ଆଜି ଏହି ମହୋତ୍ସବ ଯାହା ଦ୍ଵାରା ଭାଇ ଚାରା ସୃଷ୍ଟି ହୋଇପାରିଛି ।
