* ବଳାଗ୍ନି ମୁକାବିଲା ପାଇଁ କଟାଯିବ ଫାୟାରଲାଇନ୍ l
* ସନ୍ଦେହ ଘେରରେ ବନ ସୁରକ୍ଷା ସମିତି ର ଭୂମିକା l
0୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :- ଚଳିତବର୍ଷ ମାଘ ମାସ ଶେଷ ନ ହେଉଣୁ ରାଜ୍ୟରେ ଆରମ୍ଭହୋଇଚଲାଣି ଗ୍ରୀଷ୍ମ ପ୍ରବାହ , ଯାହାକି ଏବେଠାରୁ ଦିନର ତାପମାତ୍ରା ୩୦ ଡିଗ୍ରି ଉପରେ ରନହିଲାଣି । ଏବେଠାରୁ ଏଭଳି ଗ୍ରୀଷ୍ମପ୍ରଦାନ ନେଇ ବନାନ୍ତିକୁ ମୁକାବିଲା ପାଇଁ ଅଣ୍ଟା ଭିଡିରାଣି ବନବିଭାଗ । ଗାଁ ରେ ବନସୁରକ୍ଷା ସମିତି (ଲି-ଏସ୍.ଏସ୍) କମିଟି ଗଠନ କରାଯାଇଛି , ମାତ୍ର ହାତଗଣତି ୨/୩ଟିକୁ ଛାଡ଼ିଦେଲେ କୌଣସି ଭିଏସ୍ଏସ୍ କାମ କରୁନଥିବା ବନଞ୍ଚଳ ଅଧିକାରୀ ସୁଦର୍ଶନ ଦେତୁରୀ କରିଛବି । ବଡ଼କଥା ହେଉଛି, ଜିଲ୍ଲାର ୨ଟି ବନାଞ୍ଚଳ ମଧ୍ୟରେ ଦଶପଲା ବନାଞ୍ଚଳଟି ଆୟତନରେ ସବୁଠାରୁ ବଡ଼ । ଯାହାକି ୨୩୩,୯୨୯ ସ୍କୋୟାର କିମି ରହିଛି । ହେଲେ ବନାଗ୍ନିକୁ ମୁତାବିଲା କରିବା ପାଇଁ ବନାଞ୍ଚଳରେ ନାହାନ୍ତି ଆବଶ୍ୟକ ବନ କର୍ମଚାରୀ । ୬ଟି ସେକ୍ସନରେ ୨୪ଟି ବିଟ୍ ହାଉସ ରହିଛି।
